Pratidin TV

Odisha's Digital News Platform

ଆଜି ପ୍ଯାରିସ ଅଲିମ୍ପିକ୍ସର ଶେଷ ଦିନ; କ୍ରୀଡ଼ା ମହାକୁମ୍ଭର ସମାପନ ଉତ୍ସବ

1 min read

ଆଜି ପ୍ଯାରିସ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି। କ୍ରୀଡ଼ା ମହାକୁମ୍ଭର ସମାପନ ଉତ୍ସବ। ସମାପନ ସମାରୋହରେ ଭାରତର ଧ୍ଵଜାବାହକ ହେବେ ୨ ଖେଳାଳି। ସୁଟର ମନୁ ଭାକର ଏବଂ ଭାରତୀୟ ପୁରୁଷ ହକିର ଗୋଲକିପର ଶ୍ରୀଜେଶ ତ୍ରିରଙ୍ଗା ଲହରାଇବେ। ଅଲିମ୍ପିକ୍ସରେ ୨୨ ବର୍ଷୀୟା ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ଦୁଇଟି ବ୍ରୋଂଜ ପଦକ ହାସଲ କରିଛନ୍ତି। ସେହିପରି ହକିଷ୍ଟାର ଶ୍ରୀଜେଶଙ୍କ ଖେଳ ସମସ୍ତ ଭାରତୀୟଙ୍କ ମନ ମୋହିଛି।

କ୍ରୀଡ଼ା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍‌ସ -୨୦୨୪ ଆଜି ଶେଷ ହେବ। ଏଥି ସହିତ ଗତ ଜୁଲାଇ ୨୬ରୁ ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବର ଯବନିକା ପଡ଼ିବ। ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସର ଏହା ୩୩ତମ ସଂସ୍କରଣରେ ୨୦୬ ଦେଶର ୧୦୭୦୦ ପ୍ରତିଯୋଗୀ ୩୨ଟି କ୍ରୀଡ଼ା, ୩୪ଟି କ୍ରୀଡ଼ାଙ୍ଗନରେ ୩୨୯ଟି ପଦକ ଜିତିବା ନେଇ ପ୍ରତିଯୋଗିତାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ କ୍ରୀଡ଼ା ମହାକୁମ୍ଭରେ ଭାରତରୁ ୧୧୭ଜଣ ଖେଳାଳି ୧୬ ଗୋଟି କ୍ରୀଡ଼ାରେ ୬୯ଟି ପଦକ ଲାଗି ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେଥିମଧ୍ୟରୁ ଭାରତ ଏବେ ସୁଦ୍ଧା ୫ଟି କାଂସ୍ୟ ଓ ଗୋଟିଏ ରୌପ୍ୟ ସହ ୬ଟି ପଦକ ଜିତିଛି।

Advertisement

ଗୋଲକିପର ଭାବେ ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ନେବାରେ ଶ୍ରୀଜେଶଙ୍କ ମୁଖ୍ୟ ଭୂମିକା ରହିିଥିଲା। ହକିରେ ଭାରତୀୟ ଦଳ ବ୍ରୋଂଜ ପଦକ ହାସଲ କରିଛି। ପ୍ଯାରିସ ଅଲିମ୍ପିକ୍ସର ସମସ୍ତ ଇଭେଣ୍ଟ ଗତକାଲି ସୁଦ୍ଧା ସମ୍ପନ୍ନ ହୋଇଛି। ଉଦଯାପନୀ ଉତ୍ସବରେ ଧ୍ଵଜବାହକ ଭାବେ ଚୟନ କରାଯାଇଥିବାରୁ ଏହି ସମ୍ମାନ ଲାଗି ଖୁସି ପ୍ରକଟ କରିଛନ୍ତି ଦୁଇ ଖେଳାଳି। ଭାରତର ଜାତୀୟ ପତାକା ଧରିବା ମୋ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଶ୍ରୀଜେଶ।

ଅଲିମ୍ପିକ୍ସରେ ନିଜଦେଶ ପାଇଁ ପ୍ରତିନିଧିତ୍ଵ କରିବା ସମସ୍ତ ଖେଳାଳିଙ୍କ ସ୍ଵପ୍ନ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜେଶ। ଆଉ ଏହି ସମ୍ମାନର ସ୍ଵତନ୍ତ୍ରତା ସବୁଠାରୁ ଅଲଗା ବୋଲି ସେ କହିଛନ୍ତି। କ୍ଲୋଜିଂ ସେରିମୋନିରେ ହଲିଉଡ ଷ୍ଟାର ଟମ କ୍ରୁସ ଷ୍ଟଣ୍ଟ ପ୍ରଦର୍ଶନ କରିବେ। ଏହାସହ ଆମେରିକୀୟ ଗାୟିକା ବିଲି ଏଲିସ ଓ ଗାୟକ ସ୍ନୁପ ଡଗ ସଙ୍ଗୀତ ପରିବେଶ କରିବେ।

Leave a Reply

Your email address will not be published. Required fields are marked *