Pratidin TV

Odisha's Digital News Platform

ଆଳୁ ଗାଡି ଅଟକାଇବାକୁ ମମତାଙ୍କ ନୂଆ ଟ୍ରିକ୍ , ସୀମାରେ ଲଗାଇଲେ ସିସିଟିଭି ।

1 min read

ପଶ୍ଚିମବଙ୍ଗ-ଓଡିଶାର ଆଳୁ ସମସ୍ୟା ଦିନକୁ ନୂଆମୋଡ ନେଉଛି । ପ୍ରଥମେ ଆଳୁ ଟ୍ରକ୍ ଛାଡ଼ିଲେନି ଆଉ ଏବେ ଗଳା ବାଟରେ ଟ୍ରକ୍ ଆସୁଥିବା ଖବର ପାଇ ସିସିଟିଭି ଲଗାଇଲେ ମମତା ଦିିଦି।

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁର ରାସ୍ତା କଡ଼ରେ ପଶ୍ଚିମବଙ୍ଗ ପୋଲିସ୍ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି । କାହିଁକି ନା ସରକାର ମନା କରିବା ପରେ ବି କିଛି ଗଳା ବାଟ ଦେଇ ଆଳୁ ଓଡିଶାକୁ ଛଡାଯାଉଥିବା ଜାଣିବାକୁ ପାଇ ପଶ୍ଚିମବଙ୍ଗ ସରକାର ଏପରି ପଦକ୍ଷେପ ନେଇଛି ।

Advertisement

ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଓଡ଼ିଶାକୁ ପଶ୍ଚିମବଙ୍ଗ ପୋଲିସ୍ ଆଳୁ ଗାଡ଼ି ଛାଡ଼ୁନି । ହେଲେ କିଛି ଛୋଟ ଛୋଟ ଗାଡ଼ିରେ ଆଳୁ ଓଡ଼ିଶାକୁ ବିଭିନ୍ନ ବାଟ ଦେଇ ପଶୁଛି । ତେଣୁ ଏହି ସବୁ ଗଳା ବାଟରେ ଏବେ ସିସିଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୋଲିସ୍ ।

Leave a Reply

Your email address will not be published. Required fields are marked *