Pratidin TV

Odisha's Digital News Platform

ୟୁଟ୍ୟୁବ୍‌ରେ ସେୟାର କଲେ ମୟୁର ତରକାରୀ, ବନ ବିଭାଗରେ ହେଲା ମାମଲା ରୁଜୁ

1 min read

ତେଲେଙ୍ଗାନାର ଜଣେ ୟୁଟ୍ୟୁବର୍ ଖାଦ୍ୟ ଭିଡିଓ ସେୟାର କରି ଫସିଯାଇଛନ୍ତି । ବାସ୍ତବରେ, ୟୁଟ୍ୟୁବର୍ ପ୍ରଣୟ କୁମାର ତାଙ୍କ ଚ୍ୟାନେଲରେ ‘ପାରମ୍ପାରିକ ମୟୂର କ୍ୟୁରୀ’ର ରେସିପି ଅପଲୋଡ୍ କରିଥିଲେ ଯାହା ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ତେବେ ନିଜ ଫଲୋର୍ସ ବଢାଇବାକୁ ଯାଇ ଏପରି କରି ନିଜେ ଆଇନ ଜାଲରେ ଫସିଯାଇଛନ୍ତି |

ତେବେ ଏହି ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ ବର୍ତ୍ତମାନ ଭାରତର ଜାତୀୟ ପକ୍ଷୀକୁ ବେଆଇନ ହତ୍ୟାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଣୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ପ୍ରଣୟ ସିର୍ସିଲା ଜିଲ୍ଲାର ଟାଙ୍ଗଲାପାଲ୍ଲୀର ମୂଳ ବାସିନ୍ଦା |

Advertisement

ଏହି ଭିଡିଓକୁ ଚ୍ୟାନେଲରୁ ହଟାଇ ଦିଆଯିବା ସତ୍ତ୍ୱେ, ପଶୁ ଅଧିକାର କର୍ମୀମାନେ କୁମାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ନିଜ ଚ୍ୟାନେଲରେ ବଣୁଆ ଘୁଷୁରୀ ତରକାରି ରାନ୍ଧିବା ଭିଡିଓ ସେୟାର କରିଥିଲେ।

ସିରସିଲା ଜିଲ୍ଲା ଏସପି ଅଖିଲ ମହାଜନ ଟ୍ୱିଟରରେ ଲେଖିଛନ୍ତି ଯେ ସମ୍ପୃକ୍ତ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କ ତଥା ଅନ୍ୟ କୌଣସି ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୁମାରଙ୍କୁ ରିମାଣ୍ଡରେ ପଠାଯିବ ବୋଲି ସେ ଏକ ପୃଥକ ପୋଷ୍ଟରେ କହିଛନ୍ତି। ପୋଲିସ ବର୍ତ୍ତମାନ କୁମାରଙ୍କୁ ଖୋଜୁଛି। ଭାରତୀୟ ନିୟମ ଅନୁଯାୟୀ, ମୟୂରର ମାଲିକାନା କିମ୍ବା ଧରିବା ଭାରତରେ ବେଆଇନ ଅଟେ ଏବଂ ଏହାର ଉଲ୍ଲଂଘନ କଲେ କଠୋର ଦଣ୍ଡ ହୋଇପାରେ।

Leave a Reply

Your email address will not be published. Required fields are marked *