ଏଲନ ମସ୍କଙ୍କୁ ବ୍ଲକ କରୁଛନ୍ତି ଏକ୍ସ ୟୁଜର୍ସ …
1 min readଏବେ ଏଲନ ମସ୍କଙ୍କୁ ବ୍ଲକ କରୁଛନ୍ତି ଏକ୍ସ ୟୁଜର୍ସ । ଦିନକୁ ଦିନ ବ୍ଲକ କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଏଲନ ମସ୍କଙ୍କ କିଛି ବିବାଦୀୟ ପୋଷ୍ଟ।ଏଲନ ଚଳିତ ବର୍ଷ ୫୦ଟି ପୋଷ୍ଟ କରିଛନ୍ତି । ସେହି ପୋଷ୍ଟ ମଧ୍ୟରୁ ଅନେକ ପୋଷ୍ଟ ସମାଜକୁ କ୍ଷତିକାରକ ଏବଂ ଭ୍ରମାତ୍ମକ ବାର୍ତ୍ତା ପ୍ରଦାନ କରୁଛି ବୋଲି ଅଭିଯୋଗ ହୋଇଛି ।
ଦ ସେଣ୍ଟର ଫର୍ କାଉଣ୍ଟରିଂ ଡିଜିଟାଲ ହେଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ମସ୍କ ପ୍ରାୟ ୫୦ ପୋଷ୍ଟ କରିଛନ୍ତି। ଏସବୁକୁ ୧୨୦ କୋଟି ଥର ଭ୍ୟୁ(ଦେଖାଯାଇଛି) କରାଯାଇଛି। ଏହା ମଧ୍ୟରେ ଗୋଟିଏ ଡିପ୍ ଫେକ୍ ଭିଡିଓ ବି ରହିଛି। ଯାହା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ଉପରେ ରହିଛି। ତେବେ ଏଲନ ମସ୍କଙ୍କ ଏପରି ବିବାଦୀୟ ପୋଷ୍ଟ ପରେ ବ୍ଲକ ଏଲନ ମସ୍କ (#BlockElonMusk) କ୍ୟାମ୍ପେନ ଆରମ୍ଭ ହୋଇଥିଲା। ଏହା ଟ୍ରେଣ୍ଡ କରିବା ସହିତ ହଜାର ହଜାର ବ୍ୟବହାରକାରୀ ମସ୍କଙ୍କୁ ତାଙ୍କ ନିଜ ପ୍ଲାଟଫର୍ମରେ ବ୍ଲକ କରିବା ଆରମ୍ଭ କରି ସ୍କ୍ରିନଶଟ୍ ଶେୟାର କରିଥିଲେ।