Pratidin TV

Odisha's Digital News Platform

ଅରୁଣାଚଳପ୍ରଦେଶରେ ଭାରତ-ଚୀନ ସେନା ମୁହାଁମୁହିଁ : ଭାରତୀୟ ସେନାକୁ ଏପରି ଆକ୍ରମଣ କଲା ଚିନ୍ ..

1 min read

ନୂଆଦିଲ୍ଲୀ : ପୁଣି ଥରେ ଦୁଇ ସେନା ମଧ୍ୟରେ ତେଜିଛି ଆକ୍ରମଣ । ଭାରତ-ଚୀନର ପୁରାତନ ଶତ୍ରୁତାକୁ ନେଇ ଭାରତକୁୁ ପୁଣି ଆକ୍ରମଣ କରିଛି ଚୀନ । ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଦୁଇ ସେନା ମଧ୍ୟରେ ହୋଇଥିଲା ଧସ୍ତା ଧସ୍ତି । ସୂଚନା ଅନୁଯାୟୀ ଡିସେମ୍ବର ୯ ତାରିଖ ଦିନ ଚୀନର ପ୍ରାୟ ୨୦୦ ଜବାନ ୟାଙ୍ଗସ୍ତ ଅଞ୍ଚଳରେ ଥିବାଭାରତୀୟ ସେନା ପୋଷ୍ଟକୁ ହଟାଇବାକୁ ଠେଙ୍ଗା ଏବଂ ପଥରରେ ଆକ୍ରମଣ କରିଥିଲେ । ତେବେ ଏହାର ପ୍ରତିକ୍ରିୟାରେ ଭାରତୀୟ ସେନା ମଧ୍ୟ ଚୀନ ସେନାକୁ କଡା ଜବାବ୍ ଦେଇଥିଲା । ଏଥିରେ ପ୍ରାୟ ୬ ଜଣ ଭାରତୀୟ ସେନାର ଜବାନ ଆହତ ହୋଇଥିବା ବେଳେ ଚୀନର ମଧ୍ୟ ୧୨ ଜଣ ସେନା ଜବାନ ଆହତ ହୋଇଥିଲେ । ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ମୁଖ୍ୟ କମାଣ୍ଡର ଚୀନର କମାଣ୍ଡରଙ୍କ ସହ ଫ୍ଲାଗ୍ ମିଟିଙ୍ଗ୍ କରିଥିଲେ । ଏହା ପରେ ସ୍ଥିତି ପୂର୍ବପରି ନିୟନ୍ତ୍ରିତ ରହିଥିଲା ।


ତେବେ ଚୀନସେନା ଏପରି କରିବାର ମୂଳଲକ୍ଷ ଥିଲା– ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଚାଇନା ଏହାକୁ ଦକ୍ଷିଣ ତିବ୍ବତ୍ର ଏକ ଅଂଶ ବୋଲି ଦାବି କରିଆସୁଛି। ଉଭୟ ଦେଶ ମଧ୍ୟ ସୀମାକୁ ନେଇ ବିବାଦ ଲାଗିରହିଥିବାବେଳେ । ଭାରତୀୟ ସେନାକୁ ସେଠାରୁ ତଡିପାର କରିବା ପାଇଁ ଚୀନ ସେନା ଏପରୋ କୁଟନୀତି ରଚିଥିଲା । ଏଥର ଗୁଳିବନ୍ଧୁକ ବଦଳରେ ଠେଙ୍ଗା ଏବଂ ପଥରରେ ଆକ୍ରମଣ କରିଥିଲା । ଯାହାର ପ୍ରତିଜବାବ୍ ରେ ଭଅରତ ମଧ୍ୟ ଚୀନକୁ ଉପଯୁକ୍ତ ଶିକ୍ଷା ଦେଇଛି ।

Advertisement

Leave a Reply

Your email address will not be published. Required fields are marked *