Pratidin TV

Odisha's Digital News Platform

OYO ହୋଟେଲରେ ଦୁଇ ଯୁବତୀଙ୍କ ସହ ରସିକିଆ ସ୍ୱାମୀ , ହଠାତ ପହଞ୍ଚିଗଲା ସ୍ତ୍ରୀ ..

1 min read

 ଘରେ ପତ୍ନୀ ଥାଉ ଥାଉ ଅନ୍ୟ ଯୁବତୀ ସହ ସ୍ବାମୀ। ଦୁଇ ଯୁବତୀଙ୍କ ସହ ଓୟୋ ହୋଟେଲ ରୁମରୁ ଧରିଲା ସ୍ତ୍ରୀ। ଏମିତି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଥାନା ଅଧୀନରେ।ରସିକ ସ୍ବାମୀଙ୍କ ସମ୍ପର୍କରେ ସୂଚନା ପାଇ ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ । ସ୍ବାମୀ ବଙ୍ଗୀୟ ଯୁବତୀମାନଙ୍କ ସହ ଥିବା ବେଳେ ପୋଲିସ ରେଡ କରିଥିଲା। ଧରାପଡିବା ପରେ ଅଭିଯୁକ୍ତ ସ୍ବାମୀ ସହ ଦୁଇ ବଙ୍ଗୀୟ ଯୁବତୀ ଇନଫୋସିଟି ଥାନାରେ ଅଟକ ଅଛନ୍ତି। ସୂଚନା ଅନୁସାରେ, ପଟିଆ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଗତକାଲି ରାତି ପ୍ରାୟ ୩ଟାରେ ଚଢ଼ାଉ କରିଥିଲା ପୋଲିସ । ଗୋଟିଏ ରୁମରୁ ଜଣେ ପୁରୁଷଙ୍କ ସହ ଦୁଇ ଜଣ ବେଙ୍ଗଲୀ ଯୁବତୀ ଥିବା ଧରାପଡ଼ିଥିଲେ। ରାତି ପ୍ରାୟ ୩ଟାରେ ଚଢ଼ାଉ କରିଥିଲା ପୋଲିସ ।

ଦେଢ଼ ବର୍ଷ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା। ତେବେ ସ୍ବାମୀଙ୍କ ଉପରେ ସ୍ତ୍ରୀଙ୍କର ସନ୍ଦେହ ଥିଲା। ଗତକାଲି ରାତିରେ ମହିଳାଙ୍କ ମୋବାଇଲକୁ ଏକ ଜମାଟୋ ଅର୍ଡର ବାବଦରେ ମେସେଜ୍ ଯାଇଥିଲା। ସେହି ମେସେଜରୁ ସ୍ବାମୀ ତାଙ୍କର ଓୟୋ ହୋଟେଲ୍ ରୁମରେ ଥିବା ଜାଣିଥିଲେ ସ୍ତ୍ରୀ। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର କଟକରେ, ପୂର୍ବରୁ ଚାକିରି କରିଥିବା ଏହି ଯୁବକ ଚାକିରି ଛାଡ଼ି ୟୁଟ୍ୟୁବରେ ଭିଡ଼ିଓ କରୁଥିଲେ।ସ୍ୱାମୀ କରିଥିଲେ ହୋଟେଲରେ ୩ଟି ରୁମ୍‌ ବୁକ୍‌। ଦୁଇଟି ରୁମ୍‌ ବନ୍ଦ ଥିବା ବେଳେ ଗୋଟିଏ ରୁମ୍‌ରେ ଥିଲେ ସ୍ୱାମୀ। ଆଉ ବନ୍ଦ ରୁମ୍‌କୁ ଯାଉଥିଲା ସ୍ୱିଗିରୁ ତିନୋଟି ଖାଇବା ପାର୍ସଲ।ସ୍ତ୍ରୀଙ୍କୁ ସନ୍ଦେହ ହେବାରୁ ପୋଲିସ ଧରି ପୋଲିସ ସହାୟତାରେ ପହଞ୍ଚିଥିଲେ ହୋଟେଲ ଲୋକେଶନରେ। ଆଉ ହୋଟେଲ କବାଟ ଖୋଲିବା ପରେ ଆପତ୍ତିଜନକ ଜିନିଷ ଓ ଦୁଇ ଯୁବତୀଙ୍କ ସହ ଅସଂଜତ ଅବସ୍ଥାରେ ଧରାପଡିଲେ ସ୍ୱାମୀ । ପରେ ହୋଟେଲ୍‌ ରୁମ୍‌ରୁ ତିନି ଯୁବତୀଙ୍କୁ ଉଦ୍ଧାର କରିବା ସହ ସ୍ୱାମୀ ଓ ତାଙ୍କ ପାଖ ରୁମ୍‌ରେ ଥିବା ଦୁଇ ସହଯୋଗୀଙ୍କୁ କାବୁ କରିଛି ପୋଲିସ ।ଉକ୍ତ ଯୁବକ ଜଣକ ପେସାରେ ଜଣେ ରାପର । ସଙ୍ଗୀତର ରାପ କରନ୍ତି। ତାଙ୍କ ନାଁରେ ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନାରେ ମଧ୍ୟ ପୂର୍ବରୁ କେଶ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *