Pratidin TV

Odisha's Digital News Platform

ୟୁନୁସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି! BIMSTEC ସମ୍ମିଳନୀ ଯୋଗ ଦେବେ ଦୁଇ ନେତା..

1 min read

ଅଶାନ୍ତ ବାଂଲାଦେଶରେ ଗଠନ ହୋଇଛି ଅନ୍ତରୀଣ ସରକାର। ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ନେଇଛନ୍ତି। ଏବେ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ତାଙ୍କ ହାତରେ  ବାଂଲାଦେଶର ଶାଶନ କମାଣ୍ଡ ଧରାଇଛନ୍ତି । ତେବେ ବାଂଲାଦେଶରେ ଏହି ଘଡି ସନ୍ଧି ମୁହୂର୍ତ୍ତ ଭିତରେ ବି  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମହମ୍ମଦ ୟୁନୁସଙ୍କ ସାକ୍ଷାତକାର ହୋଇପାରେ ବୋଲି କୁହାଯାଉଛି।

ମୋଦି ଏବଂ ନୋବେଲ ବିଜେତା ମହମ୍ମଦ ୟୁନୁସ BIMSTEC ସମ୍ମିଳନୀରେ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୨ ବ୍ୟାଙ୍ଗକକ୍‌ରେ ବିଏମଷ୍ଟେକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶ ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ମହମ୍ମଦ ୟୁନୁସ ବାଂଲାଦେଶର ପ୍ରତିନିଧିତ୍ୱ କରିପାରନ୍ତି। ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିପାରନ୍ତି। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରତିନିଧିତ୍ୱ କରିବେ।

Advertisement

Leave a Reply

Your email address will not be published. Required fields are marked *