ରାଜ୍ୟସରକାର ନେଲେ ବଡ଼ ନିଷ୍ପତ୍ତି , ବନ୍ଦ ହୋଇଯିବ ବ୍ୟାଙ୍କ ଆକାଉଣ୍ଟ !
1 min readରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ବନ୍ଦ ହୋଇଯିବ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) । ଏହି ଦୁଇ ବ୍ୟାଙ୍କର ସମସ୍ତ ଆକାଉଣ୍ଟ କୁ ତତ୍କାଳ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । କର୍ଣ୍ଣାଟକ ସରକାର ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏହି ବ୍ୟାଙ୍କଗୁଡିକରେ ଆକାଉଣ୍ଟ ବନ୍ଦ କରିବା ଏବଂ ଜମା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାର ଦେଇଥିବା ଆଦେଶ ଅନୁଯାୟୀ ଏହି ଦୁଇଟି ବ୍ୟାଙ୍କରେ କୌଣସି ଜମା କିମ୍ବା ବିନିଯୋଗ କରାଯିବା ଉଚିତ ନୁହେଁ। ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସରକାରଙ୍କ ବିଭାଗର ସଚିବ ଜାଫରଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶ ଏହି ଦୁଇଟି ବ୍ୟାଙ୍କରେ ଜମା ହୋଇଥିବା ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ଆସିଛି। ଦୁରୁପଯୋଗ ସମ୍ପର୍କରେ ଅନେକ ଚେତାବନୀ ସତ୍ତ୍ୱେ ଏସବିଆଇ ଏବଂ ପିଏନବି ସେମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି, । ଶେଷରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ସରକାର ।