ଭାରତର ୩ୟ ପ୍ରଧାନମନ୍ତ୍ରୀ ଭାବେ ଲାଲକିଲ୍ଲାରୁ ୧୧ଥର ପାଇଁ ପତାକା ଉତ୍ତୋଳନ କରି ଇତିହାସ ରଚିଲେ ମୋଦି
1 min readଆଜି ୭୮ ତମ ସ୍ବାଧୀନତା ଦିବସ । ୧୫୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଦେଶମାତୃକାର ଜୟଗାନରେ ଉଛୁଳୁଛି ପଲ୍ଲୀଠୁ ଦିଲ୍ଲୀ । ସବୁଠି ତ୍ରିରଙ୍ଗାର ଲହର । ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆଜି ହେଉଛି ସେହି ଶୁଭ ମୁହୂର୍ତ୍ତ ଯେତେବେଳେ ଆମେ ସ୍ମରଣ କରୁଛୁ ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ଜିତିବା ପରେ ସେ ତାଙ୍କ କାର୍ଯ୍ୟକାଳରେ ୧୧ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ୧୧ଥର ପାଇଁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରି ସେ ଇତିହାସ ସୃଷ୍ଟି କରିଛନ୍ତି। ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଯିଏ ଏହି ଐତିହାସିକ ମୁହୂର୍ତ୍ତରେ ନିଜ ନାଁ ଲେଖେଇଛନ୍ତି। ଏହାପୂର୍ବରୁ ନେହେରୁ ଲାଲକିଲ୍ଲାରୁ ଭାଷଣ ଦେଇ ୧୭ ଥର ଏବଂ ଇନ୍ଦିରା ଗାନ୍ଧୀ ୧୬ ଥର ଇତିହାସ ସୃଷ୍ଟି କରିଛନ୍ତି। ପତାକା ଉତ୍ତୋଳନ ପରେ ଜନ-ଗଣ-ମନ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଚର୍ତୁପାଶ୍ୱ । ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପବର୍ଷା ମଧ୍ୟ କରାଯାଇଛି । ଏହା ପରେ ଦେଶବାସୀଙ୍କୁ ଏକାଦଶ ଥର ସମ୍ୱୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।