Pratidin TV

Odisha's Digital News Platform

ସାନିଆ-ସୋଏବ୍‌ଙ୍କ ଛାଡପତ୍ର ଗୁଜବ୍ : ପୁଣି ସୋଏବଙ୍କ ପୋଷ୍ଟ କଲା ଫ୍ୟାନ୍ସ ମାନଙ୍କୁ କନଫ୍ୟୁଜ !

1 min read

ନୂଆଦିଲ୍ଲୀ : ପୁଣି ଦ୍ୱନ୍ଦରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ବୈବାହିକ ଜୀବନ । ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ଷ୍ଟାର କପୁଲ ଦୁହେଁ ଅଫିସିଆଲି କିଛି ଘୋଷଣା କରିନାହାନ୍ତି ।

କିଛି ଦିନ ପୂର୍ବେ ସାନିଆଙ୍କ ଇମୋସନାଲ ପୋଷ୍ଟ ସହ ପାକିସ୍ତାନି ଆକ୍‌ଟ୍ରେସ୍ ଆୟଶାଙ୍କ ସହ ସୋଏବଙ୍କ ବୋଲ୍ଡ ଫଟୋସୁଟ୍‌କୁ ଆଧାର କରି ଦୁହିଙ୍କ ବ୍ରେକଅଫ୍ କଥା ପାକିସ୍ତାନରୁ ଭାରତ ଯାଏ ଲମ୍ଭିଥିଲା । କିନ୍ତୁ ବର୍ତ୍ତମାନ ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ନିକଟରେ ସୋଏବ ନିଜ ଇଷ୍ଟାଗ୍ରାମ ବାୟୋରେ ଏକ ବଡ ପରିବର୍ତ୍ତନ କରିଛନ୍ତି । ଯାହାକୁ ଦେଖିବା ପରେ ଫ୍ୟାନ୍ସ ମାନେ ଆଶ୍ୱସ୍ଥ ମାରିଛନ୍ତି ।

Advertisement

ସୋଏବ ନିଜ ଇଷ୍ଟା ଆକାଉଣ୍ଟର ବାୟୋରେ ‘Husband to a superwoman @mirzasaniar’ ବୋଲି ଉଲ୍ଲେଖ କରିଛନ୍ତି। ଏହାପରେ ଦୁହିଁଙ୍କ ଛାଡପତ୍ର ଗୁଜବଟି ସମ୍ପୂର୍ଣ୍ଣ ରୂପେ ମିଥ୍ୟା ବୋଲି ପ୍ରମାଣିତ ହେଉଛି । ଘର ସଂସାର କରି ସବୁ ପତୀପତ୍ନୀଙ୍କ ମଧ୍ୟରେ ଛୋଟମୋଟ ଖିଟପିଟ୍ ଲାଗିରୁହେ ଯାହା ଏହି ଷ୍ଟାର କପୁଲଙ୍କ ମଧ୍ୟରେ ହୋଇଥିବା ।

Leave a Reply

Your email address will not be published. Required fields are marked *