Pratidin TV

Odisha's Digital News Platform

ପରୀକ୍ଷାରେ କପି ଯୋଗାଇଦେବାକୁ ପ୍ରଧାନଶିକ୍ଷକ ନେଉଛନ୍ତି ଟଙ୍କା ।

ଜଳେଶ୍ଵର : ପ୍ରଧାନ ଶିକ୍ଷକ ଅଜୟ କୁମାର ପାତ୍ର ଙ୍କୁ କିଏ ଦଉଛି ସୁରକ୍ଷା କାହା ସାହସ ରେ ଅଧିକ ର୍ଦୂନୀତି କରିବେ ବୋଲି କହୁଛନ୍ତି ସ୍କୁଲ କମିଟିକୁ । ଘଟଣା କୁ ୨୦ ଦିନ ରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ନିଆ ଯାଉନି କୌଣସି କାର୍ଯ୍ୟାନୁଷ୍ଠାନ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେବା ତଥା ପାସ କରେଇ ଦେବା ନେଇ ନିଆଯାଇଥିଲା ମନଇଚ୍ଛା ଟଙ୍କା। ଏଭଳି ଅଡିଓ ମୋବାଇଲ ଠୁ ମୋବାଇଲ ଏବେ ଘୁରି ବୁଲୁଛି ।

ସୂଚନାନୁଯାଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ନମ୍ବର ୭୫୬ ଅନୁଯାଇ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ ଗତ ୨୨/୭/୨୦୨୪ ସୋମବାର ଠାରୁ ପରୀକ୍ଷା ଆରମ୍ଭ ହୋଇ ଥିଲା । ଜଳେଶ୍ୱର ବ୍ଲକ ଅଧୀନରେ ଥିବା ଶ୍ରୀ ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ବାଗପୁଞ୍ଜି ରୁ ପ୍ରାୟ ୧୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ପଞ୍ଜିକୃତ ମଧ୍ୟ କରିଥିଲେ । ହେଲେ ଏଡମିଟ କାର୍ଡ ଦେବା ପାଇଁ ସମସ୍ତ ପରୀକ୍ଷାର୍ଥୀ ଙ୍କୁ ବିଦ୍ୟାଳୟକୁ ଫୋନ୍ ମାଧ୍ୟମରେ ଡାକି ଖୋଦ ପ୍ରଧାନଶିକ୍ଷକ ଅଜୟ କୁମାର ପାତ୍ର ପରୀକ୍ଷାର୍ଥୀ ଙ୍କ ଠାରୁ ବହି, ଏଡମିଟ କାର୍ଡ ଏବଂ ପରୀକ୍ଷା ରେ ପାସ ପାଇଁ ଟଙ୍କା ନେଉ ଥିବାର ଅଡିଓ ଭାଇରାଲ ହେବା ପରେ ପରିକ୍ଷାର୍ଥୀ ମଧ୍ୟ ମୁହଁ ଖୁଲି ଟଙ୍କା ନେଇଥିବାର କରହିଛନ୍ତି। ଏସବୁ ଟଙ୍କା ବିଦ୍ୟାଳୟର ଚାପରାସି ଅଭିନାଶ ପଣ୍ଡା ଙ୍କ ଏକାଉଣ୍ଟ୍ କୁ ଫୋନ୍ ପେ ମାଧ୍ୟମରେ ଟଙ୍କା ଯାଇଥିବା ନେଇ ନେଇ ପରିକ୍ଷାର୍ଥୀ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଭାଇରାଲ ହେଇଥିବା ଅଡିଓ ରେ ପ୍ରଧାନ ଶିକ୍ଷକ ନେଉଥିବା ଟଙ୍କା କେଉଁ କେଉଁ ମାନଙ୍କ ର ଭାଗ ରହିଛି ସେଥିରେ ସ୍ପଷ୍ଟ ଭାବେ କହୁଛନ୍ତି ପ୍ରଧାନ ଶିକ୍ଷକ । ଏବଂ ଆଉ ଗୋଟିଏ ଅଡିଓ ରେ ପରିକ୍ଷା ଚାଲିଥିବା ସମୟରେ କିଭଳି ପରିକ୍ଷାର୍ଥୀ ମାନଙ୍କୁ କପି ଯୋଗାଇ ଦିଆ ଯାଉଛି ତାହାବି ମଧ୍ୟ ଭାଇରାଲ ହୋଇଛି । ଏସବୁର ଅଡିଓ ଭାଇରାଲ ହେବା ପରେ ପରିକ୍ଷା ହଲ ରେ କପି କରିବାକୁ ନ ଦେବାରୁ ପରିକ୍ଷାର୍ଥୀ ମାନେ ବାଗପୁଞ୍ଜି ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଘେରିବା ସହିତ ଟଙ୍କା ନେଇଛନ୍ତି କପି କାହିଁକି ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନ କରିଥିଲେ । ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜୁରି ତଦନ୍ତ ପାଇଁ ଆସିଥିଲେ ବି ଏବେ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ୧୨/୦୮/୨୦୨୪ ରିଖ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ବାଲେଶ୍ୱର ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମବାସୀ ମାନେ ପହଞ୍ଚି ପୁଣି ଅଭିଯୋଗ ଜଣାଇଛନ୍ତି। ତେବେ ଗ୍ରାମବାସୀଙ୍କ କହିବା ନୁ ଯାଇ ତୁରନ୍ତ ଏ ଘଟଣା ରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆଗାମୀ ଦିନରେ ସ୍କୁଲ ଗେଟ ସାମ୍ନାରେ ଅନିର୍ଦ୍ଧିଷ୍ଟ ସମୟ ଯାଏ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *