ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ ! ୬୧୦ କେଜି ଥିଲେ କମାଇଲେ ୫୪୬ କେଜି ଓଜନ ..
1 min readଶରୀର ଓଜନ ବଢ଼ିବା ବର୍ତ୍ତମାନ ସମୟରେ ଏକ ଗୁରୁତର ସମସ୍ୟା ପାଲଟିଛି। ତେବେ ଏହାରି ଭିତରେ ଘଟିଛି ବଡ଼ ଚମତ୍କାର । ଏବେ ଜଣେ ବ୍ୟକ୍ତି ନିଜର ଓଜନ ହ୍ରାସକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ହେଉଛନ୍ତି ବିଶ୍ବର ସବୁଠାରୁ ଓଜନଦାର ବ୍ୟକ୍ତି ଖାଲିଦ ବିନ ମୋହସେନ ଶାରି । ହେଲେ ଏବେ ସେ ନିଜକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ପୃଥୁଳକାୟ ଶରୀର ଥିବା ମୋହସେନ ୫୪୨ କେଜି ଓଜନ ହ୍ରାସ କରିଛନ୍ତି। ୧୦ ବର୍ଷରେ ୬୧୦ କେଜିରୁ ୬୩.୫ କେଜିକୁ ଖସି ଆସିଛନ୍ତି।
ଏବେ ତାଙ୍କୁ ଦେଖିଲେ କେହିବି ବିଶ୍ୱାସ କରିପାରିବେନି । ସାଉଦି ଆରବର ପୂର୍ବତନ ରାଜା ଅବଦୁଲ୍ଲାଙ୍କ ସହାୟତା ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି। ୨୦୧୩ରେ ଜଜାନ ସହରର ବାସିନ୍ଦା ଖାଲିଦଙ୍କ ଓଜନ ୬୧୦ କେଜି ଥିଲା। ସେ ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବେଡ୍ରେ ପଡ଼ି ରହିଥିଲେ। ଦୈନନ୍ଦିନ ଜୀବନଚର୍ଯ୍ୟା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲେ। ଏଭଳି ସ୍ଥିତି ଦେଖି ତାଙ୍କୁ ରାଜା ସହାୟତା କରିଥିଲେ। କ୍ରେନ ଏବଂ ସ୍ବତନ୍ତ୍ର ବେଡ୍ ମାଧ୍ୟମରେ ନେଇ ତାଙ୍କୁ ରିଆଧ ଡାକ୍ତରଖାନାରେ ଭର୍ତ୍ତି କରି ୩୦ ଡାକ୍ତରଙ୍କ ଅନୁଧ୍ୟାନରେ ରଖିଥିଲେ। ଏବେ ସେ ଚିକିତ୍ସିତ ହେବାପରେ ତାଙ୍କର ଓଜନ ୫୪୬ କେଜି କମାଇ ଦେଇଛନ୍ତି ।