Pratidin TV

Odisha's Digital News Platform

ଓଡିଶା ଫେରିଲେ ହକି ତାରକା ଅମିତ ରୋହିଦାସ , ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ଏପରି ଗିପ୍ଟ ।

ଓଡିଶା ଫେରିଲେ ହକି ତାରକା ଅମିତ ରୋହିଦାସ । ପ୍ୟାରିସ୍ ଅଲିମ୍ପିକ୍ସରେ ଦେଶ ପାଇଁ ଦୁଇଟି ବ୍ରୋଞ୍ଚ ମେଡାଲ ଆଣି ରାଜ୍ୟ ସହ ପୁରା ଦେଶକୁ ଗୌରାବନିତବ କରିଛନ୍ତି ଅମିତ । ତାଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନବନ୍ଦରରେ ବ୍ୟାପକ ଆୟୋଜନ ହୋଇଥିବାବେଳେ ତାଙ୍କୁ ପାଛୋଟି ନେବା ପାଇଁ ପହଞ୍ଚିଥିଲେ ଏକାମ୍ର ବିଧାୟକ ବାବୁ ସିଂ ।

ପରମ୍ପରା ଅନୁସାରେ ଅମିତଙ୍କ ମୁଣ୍ଡରେ ଚନ୍ଦନ ଲଗାଇ ସ୍ୱାଗତ କରାଯାଇଥିଲା । ଆଉ ସେଠାରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ଅମିତ । ଆଉ ସାଙ୍ଗରେ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଜର୍ସି ଯେଉଁଥିରେ ଅନ୍ୟ ଆଥଲେଟମାନଙ୍କ ଅଟୋଗ୍ରାଫ୍ ଥିଲା । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅମିତଙ୍କୁ ୪ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *