ଅଲିମ୍ପିକ୍ ପଦକ ବୀରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ମନୁ ଭାକର ଦେଲେ ପିସ୍ତଲ ପିଆର୍ ଶ୍ରୀଜେଶ ଦେଲେ ଜର୍ସି
1 min readପ୍ୟାରିସ ଯାଇଥିବା ଅଲମ୍ପିକ୍ସ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ | ସାରା ଦେଶରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ଗତକାଲି ହୋଇଥିବା ବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଅଲମ୍ପିକ୍ସ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିଛନ୍ତି | ମୋଦି ପ୍ରଥମେ ଭାରତୀୟ ହକି ଦଳକୁ ଭେଟିଥିଲେ | ଖେଳାଳି ତାଙ୍କୁ ପଦକ ଦେଖାଇଥିଲେ | ତେବେ ସେମାନଙ୍କ ସହ ଭେଟି ଫଟୋ ଉଠାଇଥିଲେ ମୋଦି |
ଏହାପର ୨ଟି ବ୍ରୋଞ୍ଜ଼ ପଦକ ଜିତିଥିବା ମନୁ ଭାକରଙ୍କୁ ମୋଦି ଭେଟିଥିଲେ | ମନୁଙ୍କୁ ଭେଟିବା ପରେ ମୋଦିଙ୍କୁ ତାଙ୍କ ପଦକ ଏବଂ ତାଙ୍କ ପିସ୍ତଲ ମୋଦିଙ୍କ ହାତକୁ ବଢାଇଥିଲେ | ଯାହାକୁ ଦେଖି ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପରେ ସେ ଅମନ ସେହରାୱତ, ସ୍ୱପ୍ନେଲଙ୍କୁ ଭେଟିଥିଲେ ମୋଦି | ବ୍ୟାଡ଼ମିଟନ ଖେଳାଳି ଲଖ୍ୟସେନା ସହ ମୋଦି କଥା ହୋଇଥିଲେ | ପ୍ୟାରିସ ଅଲମ୍ପିକ୍ସ ୨0୨୪ରେ ଭାରତ ତରଫରୁ ୧୧୭ ଖେଳାଳି ଭାଗ ନେଇଥିଲେ | ଭାରତୀ ମୋଟ ୬ଟି ପଦକ ଜିତିଥିବା ବେଳେ ସେଥିମଧ୍ୟରେ ରହିଛି ଗୋଟେ ରୌପ୍ୟ ଆଉ ୬ଟି ବ୍ରୋଞ୍ଜ ପଦକ | ଜୁଲାଇ ୨୬ ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସରେ ଅଲମ୍ପିକ୍ସ ଆୟୋଜିତ ହୋଇଥିଲା |