Pratidin TV

Odisha's Digital News Platform

କୋଲକାତା ଲଜ୍ଜା : ବିରୋଧରେ ସ୍ୱର ଉଠାଇଲେ ସେଲିବ୍ରେଟି ..

1 min read

କୋଲକାତା ଆରଜି କର ଡାକ୍ତରଖାନା ଲଜ୍ଜା   । ଆଜି ସାରା ଦେଶରେ ଚହଳ ସୃଷ୍ଟି କରିଛି ।  ଯାହା ଏବେ ସାରା ଦେଶରେ ବିରୋଧର ରୂପ ନେଇଛି । ପୀଡିତାଙ୍କ ପାଇଁ ନ୍ୟାୟ ଦାବିରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । ରାଜନେତା ଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି  ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏପରି ସମୟରେ ଅନେକ ସେଲିବ୍ରିଟି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଠାରୁ ଆରମ୍ଭ କରି କରୀନା କପୁର ଖାନ, ସୋସିଆଲ ମିଡିଆରେ ପୋଷ୍ଟ କରି ବିରୋଧ କରିଛନ୍ତି ଏବଂ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବଲିଉଡ ଅଭିନେତ୍ରୀ କରୀନା କପୁର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କୋଲକାତାର ମହିଳା ଡାକ୍ତରଙ୍କ ସହ ଘଟିଥିବା ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଲେଖିଛନ୍ତି – 12 ବର୍ଷ ପରେ ବି ସମାନ କାହାଣୀ, ସମାନ ବିରୋଧ କିନ୍ତୁ ଆମେ ପରିବର୍ତ୍ତନକୁ ଅପେକ୍ଷା କରିଛୁ।”

Advertisement

ସେହିପରି ପ୍ରୀତି ଜିଣ୍ଟା ଲେଖିଛନ୍ତି, ”ଆମେ ଦୁନିଆର ପଞ୍ଚମ ବୃହତ୍ତମ ଅର୍ଥନୀତି। ନିର୍ବାଚନରେ ​​63 ପ୍ରତିଶତ ମହିଳା ଭୋଟର ଅଛନ୍ତି। ମହିଳାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଏବେ ସମୟ ଆସିଛି । ଏହା ଅତ୍ୟନ୍ତ ଦୁଃଖଦାୟକ ।”

ମଲାଇକା ଆରୋରା ନିଜ ପୋଷ୍ଟରେ ଲେଖିଛନ୍ତି, ”ବର୍ତ୍ତମାନ 78 ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି ହେଲେ ଆମେ କେଉଁ ସ୍ୱାଧୀନତା ପାଳନ କରୁଛୁ? ପୁନର୍ବାର ଏକ ପଦଯାତ୍ରା… ଏକ ବିରୋଧ । କିଛି ଦିନ ପାଇଁ … ଯେପର୍ଯ୍ୟନ୍ତ ଅନ୍ୟ ଏକ ଘଟଣା ସାମ୍ନାକୁ ଆସେ ।” ରିଚା ଚଡ୍ଡା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ସ୍ୱାଧୀନତା ଦିବସ ସେଦିନ ପାଳନ କରିବି ଯେତେବେଳେ ଆମେ ସମସ୍ତେ ମଧ୍ୟରାତ୍ରିରେ ସ୍ୱାଧୀନତା ପାଇବୁ। ଏବେ ଦେଶରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି ।

ହେଲେ କଣ ଦେଶ ସତରେ ସ୍ୱାଧୀନ କି ? ମହିଳାମାନେ ଏକଜୁଟ ହୁଅ । ଅନ୍ୟାୟ ବିରୋଧରେ ସ୍ୱର ଉଠାଅ । ଏଥିସହ ସେ କୋଲକାତା ହତ୍ୟାକାଣ୍ଡ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।” ସେହିପରି  ମୃଣାଲ ଠାକୁର ପୋଷ୍ଟ କରିଛନ୍ତି, ”୧୨ ବର୍ଷ ମଧ୍ୟରେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ, ଡାକ୍ତର ହେବା ଅପରାଧ ନୁହେଁ, ଏହି ଦେଶରେ ଭରସା କରିବା ଏକ ଅପରାଧ ।

ଏପରି ସମୟରେ ସ୍ୱାଧୀନତା ପାଳନ କରିବା ଅତ୍ୟନ୍ତ ଦୁଃଖଦାୟକ । ଏମାନଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ଜାନଭୀ କପୁର, ସାରା ଅଲି ଖାନ, ଆଲିଆ ଭଟ୍ଟ, କିଆରା ଆଡଭାନୀ, ମୀରା କପୁର, ରାଶି ଖାନ୍ନା, ସାନିଆ ମିର୍ଜା, କ୍ରିତି ସାନନ ଏହି ଘଟଣାକୁ  ଅଭିନେତ୍ରୀଙ୍କୁ ଦୃଢ ନିନ୍ଦା କରିବା ସହ ମହିଳାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *