Pratidin TV

Odisha's Digital News Platform

କୋଲକାତା ପରେ ଉତ୍ତରାଖଣ୍ଡର ଜଣେ ନର୍ସଙ୍କ ସହ କୁକର୍ମ ପରେ ନେଇଗଲା ଜୀବନ

1 min read

ଏଯାଏଁ ଥମିନି କୋଲକାତା ନିଆଁ | ସେପଟେ ଆଉ ଜଣେ ନର୍ସଙ୍କୁ ଦୁଷ୍କର୍ମର ଆସିଲା ଅଭିଯୋଗ | କୋଲକାତା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ଜଳୁଛି |ଏହାରି ମଧ୍ୟରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି |

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି | ତେବେ ଉତ୍ତରାଖଣ୍ଡରେ ଜଣେ ନର୍ସଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି | ତେବେ ମହିଳା ଜଣକ ୩0 ତାରିଖରେ ହସ୍ପିଟାଲକୁ ଯାଇଥିଲେ | ଆଉ ତା’ ପରେ ଘରକୁ ଫେରିନଥିଲେ | ଏନେଇ ତାଙ୍କ ଝିଅ ଥାନାରେ ଏତେଲା ଦେଇଥିଲେ | ଏତେଲାର ୯ ଦିନ ପରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା | ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ତାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରଯାଇଛି | ତେବେ ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଘଟଣା ଦିନ ହସ୍ପିଟାଲରୁ ମହିଳା ଜଣକ ବାହାରିବା ପରେ ଇ-ରିକ୍ସାରେ ଘରକୁ ଫେରୁଥିଲେ | ଏହି ସମୟରେ ଅଭିଯୁକ୍ତ ତାଙ୍କ ପିଛା କରି ତାଙ୍କ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଯାଇଥିଲା | ଏହାପରେ ସେହିଠାରୁ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା |

ଅଗଷ୍ଟ ୮ରେ ମୃତଦେହ ଉଦ୍ଧାର ପର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ | ଅଭିଯୁକ୍ତ ଜଣକ ମହିଳାଙ୍କ ଫୋନ ସହ ୩ ହଜାର ଟଙ୍କା ଚୋରି କରିନେଇଥିଲେ | ସେହି ଫୋନ ମାଧ୍ୟମରେ ଅଭିଯୁକ୍ତଙ୍କୁ ଧରିବା ସହଜ ହୋଇଥିଲା | ତେବେ ଅଭିଯୁକ୍ତ ଧର୍ମେନ୍ଦ୍ର ଉତ୍ତରପ୍ରଦେଶର ଦିନ ମଜୁରିଆ ଭାବେ କାମ କରନ୍ତି | ଘଟଣା ପରେ ସେ ରାଜସ୍ଥାନ ଚାଲିଯାଇଥିବା ସୂଚନା ମିଳିଥିଲା | ପୋଲିସ ତାଙ୍କୁ ସେଠାରୁ ଗିରଫ କରିଛି |

Leave a Reply

Your email address will not be published. Required fields are marked *