Pratidin TV

Odisha's Digital News Platform

କୋଲକାତା ଲଜ୍ଜା , ମମତା ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ ..

1 min read

କୋଲକାତା ଆରଜି କର ଡାକ୍ତରଖାନା ଲଜ୍ଜା ଏବେ ସାରା ଦେଶରେ ବିରୋଧର ରୂପ ନେଇଛି ।ପୀଡିତାଙ୍କ ପାଇଁ ନ୍ୟାୟ ଦାବିରେ ସାରା ଦେଶରେ ଅସଂଖ୍ୟ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ନେତାସେଲିବ୍ରିଟିଠାରୁ ଆରମ୍ଭ କରି ବଡ଼ ବଡ଼ ନେତା, ବ୍ୟବସାୟୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ତେବେ  ଏହି ଘଟଣା ପରେ ମମତା ସରକାର ଏବଂ ବଙ୍ଗଳା ପ୍ରଶାସନ ଏବେ ପ୍ରଶ୍ନ ଘେରରେ । ବିଜେପି ଏବଂ କଂଗ୍ରେସ ସମେତ ଅନେକ ଦଳ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏଥି ସହ ବିଜେପି ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ରର ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର କହିଛନ୍ତି। ଏହାସହିତ ସ୍ମୃତି ମମତାଙ୍କ ଉପରେ  ଆହୁରି ପ୍ରଶ୍ନ ଉଠାଇଥିଲେ, ସେ କିଏ ଯେଉଁ କାରଣରୁ ଅଭିଯୁକ୍ତ ବଳାତ୍କାର ପରେ ସେ ଘରକୁ ଫେରି ପାରିବେ ବୋଲି ଆଶ୍ୱସନା ଦେଇଥିଲେ। ସେ କିଏଯିଏ ସେହି ମହଲାରେ ନବୀକରଣ କାର୍ଯ୍ୟ ଜାରି ରଖିଥିଲେ। ସ୍ମୃତି ଇରାନୀ ଆହୁରି ପ୍ରଶ୍ନ କରିଛନ୍ତି, ପୋଲିସ ଏପର୍ଯ୍ୟନ୍ତ ସେହି ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଯିଏ ପୀଡ଼ିତାଙ୍କ ମାତାପିତାଙ୍କୁ ଫୋନ କରି କହିଥିଲେ କି ଝିଅ ଜୀବନ ହାରିଛି କରିଛି। ତେବେ ଏହି ଘଟଣାକୁ ନେଇ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି  ।

Advertisement

Leave a Reply

Your email address will not be published. Required fields are marked *