Pratidin TV

Odisha's Digital News Platform

ନୂଆ ତରିକା , ସାମ୍ପୋ ବୋତଲରେ ୨୦ କୋଟିର କୋକେନ ଚାଲାଣ ..

1 min read

କୋକେନ ଚାଲାଣକାରୀ ମାନଙ୍କର ନୂଆ ତରିକା । ସାମ୍ପୋ ବୋତଲରେ ରହିଛି ୨୦ କୋଟିର କୋକେନ। ଆଜି ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏତେ ଟଙ୍କାର  କୋକେନ ମିଳିବା ବିମାନ ବନ୍ଦର ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଯେ ସେ ହେଉଛନ୍ତି  କେନିଆ ଦେଶର ନାଗରିକ । ସେ  ଜଣେ ମହିଳା ଙ୍କ ଠାରୁ ଏହି କୋକେନ ଜବତ କରାଯାଇଛି। ମହିଳା ଜଣଙ୍କ ଦୁଇଟି ସାମ୍ପୋ ବୋତଲ ଓ କ୍ରିମ ଥିବା ବୋତଲରେ ଏହି ତରଳୀକୃତ କୋକେନ ଆଣିଥିଲେ। ତେବେ ପ୍ରଥମ ଥର ପାଇଁ କୋକେନକୁ ତରଳୀକୃତ ଭାବରେ ଅଣାଯାଇଥିବା ଜଣାପଡିଛି।

ବିମାନବନ୍ଦର ଅଧିକାରୀମାନଙ୍କ ସୂଚନାନୁଯାୟୀ , ବୋତଲରେ ଥିବା ତରଳୀକୃତ କୋକେନ ସାଧାରଣ ସାମ୍ପୋ ଭଳି ଦେଖାଯାଉଥିବାରୁ ପ୍ରଥମେ ତାହା କୋକେନ ବୋଲି ଅନୁମାନ କରିବା ପ୍ରଥମେ କଷ୍ଟକର ଥିଲା । ହେଲେ  ଅଧିକ ଯାଞ୍ଚ କରିବା ପରେ ଏହା ତରଳୀକୃତ କୋକେନ ବୋଲି ଜଣାପଡିଥିଲା। ସେହି ମହିଳାଙ୍କ ଠାରୁ   ୧ କିଲୋଗ୍ରାମ ୯୮୩ ଗ୍ରାମ କୋକେନ ଜବତ କରାଯାଇଛି । ଯାହାର  ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *