ବାଂଲାଦେଶୀ ମାନଙ୍କୁ ଭାରତ ଛାଡ଼ ଡାକରା ଦେଲେ ବଲାଙ୍ଗୀର ବାସୀ ।
1 min readବଲାଙ୍ଗୀର ; ଦେଶରେ ଏବେବି ଲାଗି ରହିଛି ବାଂଲାଦେଶୀ ବିବାଦ । ବାଂଲାଦେଶ ରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିବା ବେଳେ ଭାରତରେ ରହୁଥିବା ବାଂଲାଦେଶୀ ମାନଙ୍କୁ ଭାରତ ଛାଡ଼ ଡାକରା ଦିଆଯାଇଛି । ଏହି କ୍ରମରେ ଆଜି ବଲାଙ୍ଗିର ସହରରେ ଏକ ଆନ୍ଦୋଳନ ହୋଇଥିବା ଦେଖିବାକୁ ମିଳିଥିଲା ।
ବଲାଙ୍ଗିର ବାସୀ ମିଳିତ ଭାବରେ ବଙ୍ଗଳାଦେଶୀ ବଲାଙ୍ଗିର ଛାଡ଼ ଡାକରା ଦେଇଥିଲେ । ବଙ୍ଗଳାଦେଶୀ ମାନେ ଏଠାରେ ଆସି ରହୁଥିବାରୁ ଆମର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ । ସେମାନେ ଏଠାକୁ ଆସି ନାନା କୁ କର୍ମ ଓ ଅପରାଧରେ ଲିପ୍ତ ରହୁଛନ୍ତି । ଯେଉଁଥିପାଇଁ ଏଠାକାର ସ୍ଥାନୀୟ ବାସିନ୍ଦା ନିଜକୁ ଅସୁରକ୍ଷିତ ମାନୁଥିବା ମତପ୍ରକାଶ ପାଇଥିଲା । ଯଥାଶୀଘ୍ର ସେମାନେ ବଲାଙ୍ଗିର ଛାଡ଼ି ନିଜ ଦେଶ ଚାଲିଯିବାକୁ ଚେତାବନୀ ଦିଆଯାଇଥିଲା ।