Pratidin TV

Odisha's Digital News Platform

ତୁର୍କୀ ସଂସଦରେ ପିଟାପିଟି , ହସ୍ପିଟାଲ ରେ ଭର୍ତ୍ତି ହେଲେ ବିରୋଧୀ ସାଂସଦ ..

1 min read

ସଂସଦ ଚାଲିଥିବାବେଳେ ପିଟା ପିଟି ହେଲେ ସାଂସଦ । ଝଗଡା ଏତେ ବଢିଯାଇଥିଲା ଯେ ଯେଉଁଥିରେ ଲହୁଲୁହାଣ ହୋଇପଡିଛନ୍ତି ନେତା । ଯେଉଁଥିପାଇଁ ଏବେ ନେତା ମାନେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି ।  ସୂଚନାନୁଯାୟୀ ସରକାର ବିରୋଧୀ ପ୍ରଦର୍ଶନ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ନେତା ଅହମ୍ମଦ ସିକ ବର୍ତ୍ତମାନ ବିରୋଧୀ ଦଳରୁ ନିର୍ବାଚନ ଜିତିବା ପରେ ସାଂସଦ ହୋଇଛନ୍ତି।

ଶୁକ୍ରବାର, ଏକ ପ୍ରସଙ୍ଗରେ ବିତର୍କ ବେଳେ ସେ ଶାସକ ଏକେପି ଦଳର ସାଂସଦଙ୍କ ସହ ବାଦବିବାଦ କରିଥିଲେ। ଏହା ପରେ ଶାସକ ଦଳର ସାଂସଦମାନେ ତାଙ୍କୁ ଘେରିଯାଇ ମାଡ ମାରିବା ଆରମ୍ଭ କରିଥିଲେ। ବିରୋଧୀ ସାଂସଦ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ଶାସକ ଦଳର ସାଂସଦଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ମାଡପିଟ ସମୟରେ ଅହମ୍ମଦଙ୍କ ବେକ ଓ ମୁହଁରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *