ଅନଲାଇନ ଗେମ ହେଲା କାଳ ; ଟଙ୍କା ହରାଇ ଚରମ ନିଷ୍ପତ୍ତି ନେଲେ ଯୁବକ ..
1 min readଦିନକୁ ଦିନ ଅନଲାଇନ ଗେମରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ସେହି ଅନଲାଇନ ଗେମ ପାଇଁ ନିଜ ଜୀବନ ଦେବାକୁ ବି ପଛାଉ ନାହାନ୍ତି ଆଜିର ଯୁବପିଢ଼ି । ସେହି ଅନଲାଇନ ଗେମ ପାଇଁ କେତେ ଯେ ପରିବାର ଉଜୁଡି ଯାଉଛି । ଆଜି ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି । ଅଧିକ ଟଙ୍କା ଲୋଭରେ ଅନଲାଇନରେ ଗେମ ଖେଳି ଶେଷରେ ନିଜ ଜିବନ ହାରି ଦେଇଛନ୍ତି ବାଲେଶ୍ଵର ରେମୁଣା ସାହାଜିପାଟଣାର ଗୌତମ ନାୟକ। ଆଜି ଭୋର ସମୟରେ ତାଙ୍କ ଘର ନିକଟସ୍ଥ ଗଛରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କର ଶେଷ କୃତ୍ୟ ଗାଁ ସ୍ମଶାନ ରେ ଶେଷ ହୋଇଛି। ଗୌତମଙ୍କ ବୟସ ମାତ୍ର ୨୭ ବର୍ଷ । ସେ ଥିଲେ ଉଚ୍ଚ ଶିକ୍ଷିତ। ରୋକଠୋକ କଥା କହୁଥିଲେ, ପରପୋକାରୀ ମଧ୍ୟ ଥିଲେ। ୨୦୧୯ ମସିହା ଲକ ଡାଉନଠାରୁ ଅନଲାଇନ ଗେମ ଖେଳିବା ଆରମ୍ଭ କରିଥିଲେ ଗୌତମ। ଧିରେ ଧିରେ ଏହି ଗେମ ସହ ସେ ଅଭ୍ୟସ୍ତ ହୋଇଯାଇଥିଲେ। ଏପରିକି ଲୋନ କରି ଗେମ ଖେଳୁଥିଲେ ଗୌତମ । ପରିବାର ଲୋକେ ଏନେଇ ଏକାଧିକ ଥର ଏହି ଖେଳଠାରୁ ଦୂରେଇ ରହିବାକୁ ବାରଣ କରିଛନ୍ତି। କିଛି ଦିନ ଏହି ଗେମ ଖେଳ ଠାରୁ ସେ ଦୂରେଇ ଯାଇଥିଲେ। ହେଲେ ସବୁବେଳେ ଚିନ୍ତାରେ ରହୁଥିଲେ। ପୁଣି ଆରମ୍ଭ କରିଥିଲେ ଖେଳ। ଟଙ୍କା ହାରିଯିବା ପରେ ନିଜେ ମାନସିକ ଭାବେ ଭାଙ୍ଗିପଡିଥିଲେ। ଆଉ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିଲେ ।