Pratidin TV

Odisha's Digital News Platform

ଦେବଦୁତ ପରି ଆସି ମହିଳାଙ୍କ ଚୁଟି ଧରି ବଞ୍ଚାଇଲେ କ୍ୟାବ ଡ୍ରାଇଭର..

1 min read

ଜୀବନ ହରିବାକୁ ଉଦ୍ୟମ କରୁଥିବା ମହିଳାଙ୍କ ଜୀବନ ବଂଚାଇଲେ କ୍ୟାବ ଡ୍ରାଇଭର। କ୍ୟାବରେ ଯାଉଥିବା ବେଳେ ହଠାତ୍ ଗାଡ଼ି ଅଟକାଇବାକୁ କହି ଅଟଳ ସେତୁ ଉପରକୁ ଡେଇଁବାକୁ ଚଢ଼ିଥିଲେ ମହିଳା। ହେ‌ଲେ ଠିକ ସମୟରେ କ୍ୟାବ ଚାଳକ ତାଙ୍କୁ ଧରି ପକାଇଥିଲେ।  କ୍ୟାବ ଡ୍ରାଇଭର ପ୍ରଥମେ ମହିଳାଙ୍କ ଚୁଟି ଧରି ଦେଇଥିଲେ । ପରେ ସାଙ୍ଗେ ସାଙ୍ଗେ ଫିଲ୍ମ ଷ୍ଟାଇଲଲେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ଯାହାର ନାଟକୀୟ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଶୁକ୍ରବାର ସନ୍ଧ୍ୟା ସମୟର ଏହି ଘଟଣା ଘଟିଥିଲା  । ତେବେ କିଛି ମାସ ତଳେ ଜଣେ ବ୍ୟକ୍ତି ମଧ୍ୟ ସମାନ ସ୍ଥାନରେ ଜୀବନ ହାରିଥିଲେ । ସେ ନିଜର କାର ବ୍ରିଜ ଉପରେ ଅଟକାଇ ସେତୁ ତଳକୁ ଡେଇଁ ଜୀବନ ହାରିଥିଲେ । ଜୀବନ ହାରିବାକୁ ଉଦ୍ୟମ କରୁଥିବା ମହିଳାଙ୍କ ପରିଚୟ ମିଳିଛି ।

ସେ ହେଲେ 56 ବର୍ଷୀୟା ରିମା ମୁକେଶ ପଟେଲ୍ । ସେ ମୁମ୍ବାଇ ମୁଲୁଣ୍ଡର ବାସିନ୍ଦା । ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ କି, ପ୍ରଥମେ ମହିଳା ଜଣଙ୍କ ସୁରକ୍ଷତ ଭାବେ ବ୍ରିଜ ଉପର ବ୍ୟାରିକେଡ ଉପରେ ବସୁଛନ୍ତି । ପରେ ସେ ସମୁଦ୍ର ମଧ୍ୟକୁ କିଛି ପଦାର୍ଥ ଫିଙ୍ଗିଥିଲେ । ପରେ ସେତୁ ଉପରୁ ଡେଇଁ ଜୀବନ ଦେବାକୁ ଉଦ୍ୟମ କରିଥିଲେ । ଠିକ ସେତିକି ବେଳେ କ୍ୟାବ ଡାଇଭର ଓ ପୋଲିସ ପହଞ୍ଚି ନାଟକୀୟ ଢଙ୍ଗରେ ଉଦ୍ଧାର କରିଥିଲେ । ପୋଲିସ ପ୍ୟାଟ୍ରୋଲିଂ ଗାଡି ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଥିଲା । ସେଥିରୁ ଦୁଇରୁ ତିନି ଜଣ ପୋଲିସ କର୍ମୀ ପହଞ୍ଚି କ୍ୟାବ ଡ୍ରାଇଭରଙ୍କୁ ସହଯୋଗ କରି ମହିଳାଙ୍କ ଜୀବନ  ବଞ୍ଚାଇଥିଲେ । ପାଖାପାଖି ଏକ ମିନିଟ ଧରି ମହିଳାଙ୍କୁ ଉପରକୁ ଝିଙ୍କି ରେସ୍କୁ ଅପରେସନ୍ ସମାପ୍ତ କରିଥିଲେ । ତେବେ ମହିଳା ଜଣକ କାହିଁକି ଜୀବନ ହାରିବାକୁ ଚାଁହୁଥିଲେ ତାହା ଜଣାପଡ଼ି ନାହିଁ  ।

Advertisement

Leave a Reply

Your email address will not be published. Required fields are marked *