Pratidin TV

Odisha's Digital News Platform

ଗଣେଶ ପୂଜା ପାଇଁ ଆସିଲା ଗାଇଡଲାଇନ୍ , ଟ୍ୱିନ୍ ସିଟିରେ ବିକୃତ ମୂର୍ତ୍ତି ଏବଂ ଡିଜେ ବନ୍ଦ , ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ …..

1 min read

ଟ୍ୱିନ୍ ସିଟି ପାଇଁ ଆସିଲା ଗାଇଡଲାଇନ୍ । ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ । ଆଜି କଟକରେ ଗଣେଶ ପୂଜା ନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ଟ୍ୱିନ୍‌ସିଟିରେ ଗଣେଶ ପୂଜା ପାଇଁ ଗାଇଡ୍‌ଲାଇନ୍ ରଖାଯାଇଛିା ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ସଞ୍ଜିବ ପଣ୍ଡା ।

ଏଥର ଗଣେଶ ପୂଜାରେ ଡିଜେ ବନ୍ଦ ଆଉ ଯଦି ବିକୃତ ମୂର୍ତ୍ତି ତିଆରି ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ । ଏଭଳି କରିବାକୁ ପ୍ରତି ପୂଜା କମିଟିକୁ ଲିଖିତ ଜଣାଇବେ କମିଶନରେଟ ପୁଲିସ । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ତେବେ କଟକରେ ଭସାଣ ୧୫, ୨୨ ଓ ୨୯ ତାରିଖରେ ହେବ ।

Leave a Reply

Your email address will not be published. Required fields are marked *