Pratidin TV

Odisha's Digital News Platform

ବସ୍ ଧକ୍କାରେ ଚାଲିଗଲା ମା ଜୀବନ , ପୁଅ-ଝିଅ ଗୁରୁତର ଆହତ।

ବୌଦ୍ଧ : ଭଲ ହୋଇ ମେଡିକାଲରୁ ଫେରୁଥିଲେ , ହେଲେ କିଏ ଜାଣିଥିଲା ଅଧାର ରାସ୍ତାରେ ବାଟ ଜଗିଥିବ ଜମ । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଡିମିରିପାଲି ଛକ ନିକଟରେ। ମିଳିଥିବା ସୂଚନା ଅନୁସାରେ ମନମୁଣ୍ଡା ଥାନା ଅନ୍ତର୍ଗତ ମୁଣ୍ଡିପଦର୍ ଗ୍ରାମର ବିଶାଖା ଭୋଇଙ୍କ ଝିଅ ଦେହ ଖରାପ ଥିବାରୁ ବାଉଁଶୁଣି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପରେ ସୁସ୍ଥ ହେବାରୁ ରବିବାର ଭୋର୍ ୩ ଟା ସମୟରେ ବାଇକ୍ ଯୋଗେ ବାଉଁଶୁଣି ଡାକ୍ତରଖାନାରୁ ନିଜ ଘରକୁ ଫେରୁଥିଲେ।

ହେଲେ ହଠାତ୍ ଯମ ବେଶରେ ମାଡିଆସିଥିଲା ଏକ ବ୍ଲୁ ରଙ୍ଗର ଏକ ବସ୍। ବସ୍ ଟି ବାଇକକୁ ଧକ୍କା ପରେ ଫେରାର୍ ମାରିଥିବା ବେଳେ ଘଟଣା ସ୍ଥଳରେ ବିଶାଖା ଭୋଇଙ୍କ ମୃତ୍ୟୁ ଘଟିଥିଲା ଓ ପୁଅ ଏବଂ ଝିଅ ଆହତ ହୋଇଥିଲେ। ପରେ ଉତ୍ୟକ୍ତ ଲୋକେ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।

ପ୍ରାୟ ୩ ଘଣ୍ଟା ରାସ୍ତାରୋକ୍ ହେବା ପରେ ଘଟଣାସ୍ତଳରେ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ପହଞ୍ଚି ସହାୟତା ରାଶି ଦେବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା।

Leave a Reply

Your email address will not be published. Required fields are marked *