Pratidin TV

Odisha's Digital News Platform

୧୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ‘ବିରାଟ ଯୁଗ’ ୮୦ ଶତକ ଏବଂ ୨୬ ହଜାରରୁ ଅଧିକ ରନ୍; ବିଶ୍ୱ କ୍ରିକେଟରେ କିଙ୍ଗ କୋହଲିଙ୍କ ଶାସନ ..

1 min read

ରନ ମେସିନ, କିଙ୍ଗ କୋହଲି, ଗ୍ରେଟେଷ୍ଟ ଅଫ ଅଲ ଟାଇମ- ତାଙ୍କୁ ଏମିତି କେତେ କ’ଣ ଆଖ୍ୟା ଦେଲେ ମଧ୍ୟ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲିଙ୍କ ପାଇଁ କମ୍ ପଡ଼ିବ। ଭାରତୀୟ କ୍ରିକେଟକୁ କପିଲ ଦେବ, ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଯଦି କେହି ସର୍ବୋଚ୍ଚ ସ୍ତରକୁ ନେଇଛନ୍ତି, ତା’ହେଲେ ସେ ହେଉଛନ୍ତି ବିରାଟ କୋହଲି। । ବିରାଟ ସର୍ବଦା ନିଜର ଷ୍ଟାଇଲ ନିଜର ଭିନ୍ନ ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ହୃଦୟ କିଣନ୍ତି। ବିରାଟ ମଇଦାନକୁ ଓହ୍ଲାଇବା ମାତ୍ରେ ଫ୍ୟାନ୍ସମାନଙ୍କ କ୍ରେଜ ବଢ଼ିଯାଏ।  ବିରାଟ କୋହଲି ଟିମ ଇଣ୍ଡିଆ ପାଇଁ କୌଣସି ହୀରାଠାରୁ କମ ନୁହେଁ। କୋହଲି କେବଳ ଭାରତର ନୁହେଁ ବରଂ କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ସେ ୧୬ ବର୍ଷ ପୂର୍ବରୁ ୨୦୦୮ରେ ଆଜିର ଦିନରେ ଅର୍ଥାତ ୧୮  ଜୁନରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। କୋହଲି ଭାରତୀୟ ଟିମର ନଂ-୧ କ୍ୟାପଟେନ ଭାବେ ନିଜକୁ ସାବ୍ୟସ୍ତ କରିପାରିଛନ୍ତି। ତାଙ୍କର ଏହି ଯାତ୍ରା ଗର୍ବ, ଗୌରବ ଏବଂ ମହାନତାର ପ୍ରତିଫଳନ। ଯେତେବେଳେ ବିରାଟ କୋହଲି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଜୟ ଆଡ଼କୁ ଅଗ୍ରସର ହୋଇଥିଲେ ସେତେବେଳେ ସେ ଭାରତର ୟୁ-୧୯ ଦଳର ଅଧିନାୟକ ହୋଇଥିଲେ।

ସେ ହାରାହାରି ୪୭ ବଲ୍‌ରେ ୨୩୫ ରନ୍‌ ଏବଂ ଷ୍ଟ୍ରାଇକ ହାର ୯୪.୭୫ ସହ ଟୁର୍ନାମେଣ୍ଟର ଟପ୍‌ ରନ ସ୍କୋରର ହୋଇଥିଲେ। ଏହା ପରେ ସେ ୨୦୦୮ ରେ ଶ୍ରୀଲଙ୍କା ବିପକ୍ଷ ଏକ ଓଡିଆଇ ସିରିଜରେ ଡେବ୍ୟୁ କରିଥିଲେ। ବିରାଟ ଶ୍ରୀଲଙ୍କା ବିପକ୍ଷ ଡେବ୍ୟୁ ମ୍ୟାଚ୍‌ରେ ଗୌତମ ଗମ୍ଭୀରଙ୍କ ସହ ଓପନର୍‌ ଭାବରେ ଯାଇଥିଲେ ମଧ୍ୟ ସେ ମାତ୍ର ୧୨ ରନ୍‌ ସ୍କୋର କରିବାରେ ସଫଳ ହୋଇଥିଲେ। କିନ୍ତୁ ସିରିଜ ଶେଷ ହେବା ବେଳକୁ ସେ ପାଞ୍ଚଟି ମ୍ୟାଚ୍‌ରେ ମୋଟ ୧୫୯ ରନ୍‌ ସଂଗ୍ରହ କରିଥିଲେ।ଏନେଇ ଗୌତମ ଗମ୍ଭୀର କୁହନ୍ତି, ଶ୍ରୀଲଙ୍କାରେ ତାଙ୍କର ଡେବ୍ୟୁ ଯେତିକି ମୋର ମନେ ଅଛି, ସେ ଶୀଘ୍ର ବାହାରିଥିଲେ, କିନ୍ତୁ ତାଙ୍କୁ ନେଟ୍‌ରେ ବ୍ୟାଟିଂ ଦେଖି ଆମେ ଜାଣିଥିଲୁ ଯେ, ଜଣେ ଖେଳାଳି ଯିଏ ଦୀର୍ଘଦିନ ଧରି ଦେଶ ପାଇଁ ଖେଳିବାକୁ ଯାଉଛନ୍ତି। ତାଙ୍କ ପାଖରେ ଏତେ ପ୍ରତିଭା ଅଛି, ଦଳ ପାଇଁ ମ୍ୟାଚ୍‌ କିପରି ଜିତିବେ ତାହା ତାଙ୍କୁ ଜଣା। ସେ ନିଶ୍ଚିତ ଭାବେ ଜଣେ ଉତ୍କୃଷ୍ଟ ଧରଣର ଖେଳାଳି।ଯେତେବେଳେ ସେ ଦଳରେ ଆସିଥିଲେ ଆରମ୍ଭରେ ମଧ୍ୟ ସେ ମ୍ୟାଚ ଜିତିଥିଲେ। ଯାହା ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ସକାରାତ୍ମକ ଅଟେ।ବିରାଟ କୋହଲି ୫୩୩ଟି ମ୍ୟାଚରେ ୨୬୯୪୨ ରନ୍‌ ସଂଗ୍ରହ କରିଛନ୍ତି। ସେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୧୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୮୮୪୮ ରନ୍‌, ଓଡିଆଇରେ ୧୩୯୦୬ ରନ୍‌ ଏବଂ ଟି-୨୦ରେରେ ୪୧୮୮ ରନ୍‌ ସଂଗ୍ରହ କରିଛନ୍ତି। କୋହଲି ଜଣେ ଭାରତୀୟ ଅଧିନାୟକ ଭାବରେ ସାତଟି ଦ୍ୱିଶତକ ହାସଲ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *