Pratidin TV

Odisha's Digital News Platform

ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା , ହସ୍ପିଟାଲ ରେ ଭର୍ତ୍ତିହେଲେ ସୁପରଷ୍ଟାର ମୋହନଲାଲ…

1 min read

ବିଗିଡ଼ିଲା ସୁପରଷ୍ଟାର ମୋହନଲାଲଙ୍କ ସ୍ୱାସ୍ଥ୍ୟବସ୍ଥା ।  ଯେଉଁଥିପାଇଁ  ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ମେଡିକାଲ ପକ୍ଷରୁ ମଧ୍ୟ ଅଫିସିଆଲ ବିବୃତି ଜାରି କରାଯାଇଛି, ଯେଉଁଥିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି।  ମୋହନଲାଲ ମାଲାୟାଲମ୍ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତା।  ଅତ୍ୟଧିକ ଜ୍ୱର ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବାରୁ  ତାଙ୍କୁ କୋଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡାକ୍ତରୀ  ଦଳ ତାଙ୍କର ଚିକିତ୍ସା କରୁଛନ୍ତି  । ତାଙ୍କୁ କିଛି ଔଷଧ ଦିଆଯାଇଛି। ଏହା ବ୍ୟତୀତ ଅଭିନେତାଙ୍କୁ ପାଞ୍ଚ ଦିନ ସର୍ବସାଧାରଣ ସ୍ଥାନକୁ ଯିବାକୁ ବାରଣ କରାଯାଇଛି। ସୂଚନାନୁଯାୟୀ   ଅଭିନେତା ଭାଇରାଲ ସଂକ୍ରମଣରେ ପୀଡିତ। ସେ ମାୟାଲଜିଆ (ମାଂସପେଶୀ ଯନ୍ତ୍ରଣା) ପୀଡିତ ଥିବା ଅନୁମାନ କରାଯାଉଛି । ଯେଉଁଥିପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୋହନଲାଲଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା  ଇଣ୍ଡଷ୍ଟ୍ରି ଟ୍ରାକର ଶ୍ରୀଧର ପିଲ୍ଲାଇ ଦେଇଛନ୍ତି । ପାଞ୍ଚ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକ ବେଶ ଚିନ୍ତିତ ହେବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *