Pratidin TV

Odisha's Digital News Platform

କୁନି କୁନି ଛୁଆଙ୍କ ହାତରୁ ରାକ୍ଷୀ ବାନ୍ଧି ସାରି କାନ୍ଦିଲେ ମୋଦୀ ।

1 min read

ଆଜି ସାରା ଦେଶରେ ରାକ୍ଷୀ ବନ୍ଦନ ପାଳୁଛନ୍ତି ଭାଇ-ଭଉଣୀ । କିନ୍ତୁ ଏଭଳି ଦିନରେ କୁନି କୁନି ଛୁଆଙ୍କ ହାତରୁ ରାକ୍ଷୀ ବାନ୍ଧି କାନ୍ଦିପକାଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଠି ଭାଇଟିଏ ଭଉଣୀ ହାତରୁ ରାକ୍ଷୀବାନ୍ଧି ସଂକଳ୍ପ ନେଇଥାଏ ଜୀବନ ଥିବା ଯାଏ ତାକୁ ସୁରକ୍ଷା ଦେବ ବା ରକ୍ଷା କରିବ ।

ସେହି ପରିପ୍ରେକ୍ଷିରେ ଆମ ଦେଶର ପ୍ରଧାନମନ୍ତ୍ରୀ ବି ଆମ ଦେଶ ଆଉ ଦେଶବାସୀଙ୍କ ପାଇଁ ରକ୍ଷାକବଚ ସାଜିଛନ୍ତି । ପ୍ରତି ସମୟରେ ସଜାଗ ରହି ସବୁ ପରିସ୍ଥିତି ଉପରେ ରଖୁଛନ୍ତି ନଜର । ଆଜି ସକାଳୁ ଦିଲ୍ଲୀ ସ୍କୁଲର ଛାତ୍ରଛାତ୍ରୀମାନେ ନରେନ୍ଦ୍ର ମୋଦୀଙ୍କ ପାଖକୁ ଯାଇଥିଲେ ଆଉ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।

Advertisement

କୁନି କୁନି ଛୁଆ ମାନେ ମୋଦୀଙ୍କ ପାଇଁ ଯେଉଁ ରାକ୍ଷୀ ନେଇ ଆସିଥିଲେ । ତାକୁ ଦେଖି ମୋଦୀଙ୍କ ଆଖିରୁ ଝରିପଡିଥିଲା ଦୁଇ ଟୋପା ଲୁହ । ସେ ରାକ୍ଷୀ କେବଳ ରାକ୍ଷୀ ନଥିଲା ମୋଦୀଙ୍କ ପାଇଁ ଥିଲା ଜୀବନ୍ତ ସ୍‌ୃତି । କାହିଁକି ନା ସେହି ରାକ୍ଷୀରେ ଲାଗିଥିଲା ମୋଦୀଙ୍କ ସହ ତାଙ୍କ ମାଙ୍କ ଫଟୋ ।

Leave a Reply

Your email address will not be published. Required fields are marked *