Pratidin TV

Odisha's Digital News Platform

ଆସିଲା ପିଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ , ପ୍ରାଇଭେଟ ପାର୍ଟ ସହିତ ୧୪ ସ୍ଥାନରେ ରହିଛି ଗଭୀର କ୍ଷତ..

1 min read

କୋଲକାତା ହରର ପୂରା ଦେଶକୁ ଦୋହଲାଇ ଦେଇଛି। ସାରା ଦେଶରେ ଏହି ଘଟଣାକୁ ନେଇ ନିଆଁ ଜଳୁଛି। ଏହାକୁ ନେଇ ଚାରିଆଡେ ବିରୋଧ ଜାରି ରହିଛି। ଏହାରି ଭିତରେ ସାମ୍ନାକୁ ଆସିଛି ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ହତ୍ୟା ପୂର୍ବରୁ ଡାକ୍ତରୀ ଛାତ୍ରୀଙ୍କୁ କିଭଳି ନରରାକ୍ଷାସ ଅତ୍ୟାଚାର କରିଥିଲା ତାହା ଏଥିରେ ଖୁଲାସା ହୋଇଛି।  ରିପୋର୍ଟ ପଢିଲେ ଜଣାପଡିବ ଯେ ୯ ଅଗଷ୍ଟ ରାତିରେ ଅଭିଯୁକ୍ତ ପୀଡିତାଙ୍କ ପ୍ରତି କ’ଣ ଅତ୍ୟାଚାର କରିଥିଲା।

ରିପୋର୍ଟ ଅନୁଯାୟୀ, ମୃତକଙ୍କ ଶରୀରରେ ୧୪ରୁ ଅଧିକ ଆଘାତ ଚିହ୍ନ ରହିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମୁଣ୍ଡ, ଗାଲ, ଓଠ, ନାକ, ଡାହାଣ ଜଙ୍ଘ , ଥୋଡିି, ବେକ, ବାମ ହାତ, ବାମ କାନ୍ଧ, ବାମ ଆଣ୍ଠୁ, ଗୋଡ ଏବଂ ପ୍ରାଇଭେଟ ପାର୍ଟରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା। ଏହି ସମୟରେ ଶରୀରର ଆଭ୍ୟନ୍ତରୀଣ ଅଂଶରେ ମଧ୍ୟ ଆଘାତ ଲାଗିଥିଲା। ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିଲା। ଯୌନାଙ୍ଗରେ ଏକ ଧଳା ମୋଟା ଷ୍ଟିକି ଫ୍ଲୁଇଡ ମଧ୍ୟ ମିଳିଲା। ଏଥିସହ ଅଭିଯୁକ୍ତ ଜଣକ ଦୁଇ ହାତରେ ଗଳା ଦାବି ପୀଡିତାଙ୍କ ଜୀବନ ନେଇଥିଲା। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅଭିଯୁକ୍ତ ପୀଡିତାଙ୍କୁ ଅନେକ ଥର ଯୌନ ନିର୍ଯ୍ୟାତନା ଦେଇଥିଲେ। ଅଧିକ ଯାଞ୍ଚ ପାଇଁ ରକ୍ତ ଏବଂ ଶରୀରର ତରଳ ପଦାର୍ଥ ପଠାଯାଇଛି। ମେଡିକାଲ ବିଶେଷଜ୍ଞମାନେ କହିଛନ୍ତି ଯେ ପୀଡିତାଙ୍କ ବିଷୟରେ ଆର.ଜି କର ମେଡିକାଲ କଲେଜର ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଦାବି ପୋଷ୍ଟମର୍ଟମ ରିପୋର୍ଟ ଅନୁରୂପ।

Advertisement

Leave a Reply

Your email address will not be published. Required fields are marked *