Pratidin TV

Odisha's Digital News Platform

ପୁଣି ମୈଦାନକୁ ଫେରିବେ ଶାମି; ଖେଳିବେ ରଣଜୀ ଟ୍ରଫି ..

1 min read

 ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ODI ବିଶ୍ବକପ 2023 ପରଠାରୁ ଭାରତର ଷ୍ଟାର ପେସର ମହମ୍ମଦ ଶାମି କ୍ରିକେଟଠାରୁ ଦୂରରେ ରହିଛନ୍ତି । ଏହି ବିଶ୍ବକପ ସମୟରେ ଆଣ୍ଠୁରେ ଆଘାତ ଲାଗିବାରୁ ଭାରତୀୟ ଦଳଠାରୁ ଦୂରରେ ଅଛନ୍ତି ଶାମି । ଏପରିକି ଚଳିତ ବର୍ଷ ଟି20 ବିଶ୍ବକପ୍‌ କିମ୍ବା ଆଇପିଏଲ୍‌ରେ ମଧ୍ୟ ଶାମିଙ୍କ ଅନୁପସ୍ଥିତି ଅନୁଭବ କରିଥିଲେ ପ୍ରଶଂସକ । ତେବେ  ଏହାରି ଭିତରେ ବିସିସିଆଇ ସଚିବ ଜୟ ଶାହ ଦଳକୁ ଶାମିଙ୍କ ଫେରିବା ନେଇ ଏକ ବଡ଼ ସୂଚନା ଦେଇଛନ୍ତି ।

ଶାମି ବର୍ତ୍ତମାନ ରିହାବରେ ରହିଛନ୍ତି। ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଆଗରୁ ଶାମି ବେଙ୍ଗଲ ଦଳ ସହିତ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବେ। ବେଙ୍ଗଲ ଏହାର ପ୍ରଥମ ୨ ରଣଜୀ ମ୍ୟାଚ ଉତ୍ତର ପ୍ରଦେଶ(ଅକ୍ଟୋବର ୧୧) ଓ ବିହାର(ଅକ୍ଟୋବର ୧୮) ବିପକ୍ଷରେ ଖେଳିବ। ଶାମିଙ୍କୁ ନିଜର ଫିଟନେସ ପ୍ରମାଣିତ କରିବା ପାଇଁ ଏହା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପଡିବ ବୋଲି ଜଣାପଡିଛି। ୩୪ ବର୍ଷୀୟ ଶାମି ଶେଷ ଥର ପାଇଁ ନଭେମ୍ବର ୧୯ ତାରିଖରେ ଭାରତୀୟ ଜର୍ସିରେ ନଜର ଆସିଥିଲେ। ବର୍ତ୍ତମାନ ବିସିସିଆଇର ରିଟର୍ନ ଟୁ ପ୍ଲେ ନିୟମ ଅନୁସାରେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରୁଥିବା ଖେଳାଳିଙ୍କ ପାଇଁ ମ୍ୟାଚ୍‌ ଫିଟନେସ ପ୍ରମାଣିତ କରିବା ଅନିବାର୍ଯ୍ୟ। ଏବେ ଦେଖିବାକୁ ବାକି ରହିଲା ଯେ, ଶାମିଙ୍କ ପ୍ରଶଂସକମାନେ ତାଙ୍କୁ ପୁଣିଥରେ ପଡ଼ିଆରେ ବୋଲିଂ କରୁଥିବାର କେବେ ଦେଖିପାରିବେ ।

Leave a Reply

Your email address will not be published. Required fields are marked *