Pratidin TV

Odisha's Digital News Platform

୩ ଦିନ ପରେ ଡିସ୍‌ଚାର୍ଜ ହେଲେ ଅଭିନେତା ମୋହନଲାଲ, ୫ ଦିନ ପର୍ଯ୍ୟନ୍ତ ଘରେ ରେଷ୍ଟ ପାଇଁ ପରାମର୍ଶ

1 min read

ସାଉଥ ସୁପରଷ୍ଟାର ମୋହନାଲା ଥିଲେ ଅସୁସ୍ଥ। ଏନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତୁରନ୍ତ ତାଙ୍କୁ କୋଚ୍ଚି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚିକିତ୍ସା ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି |

ମାଂଶପେଶୀରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ୫ ଦିନ ଯାଏ କୌଣସି ବି ସାର୍ବଜନୀନ ସ୍ଥାନକୁ ଯିବାକୁ ତାଙ୍କୁ ବାରଣ କରାଯାଇଛି। ଘରେ ରହି ଆରାମ କରିବାକୁ ପରାମର୍ଶ ଦିଆଯାଇଛି।

Advertisement

ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ବର୍ତ୍ତମାନ ୩ ଦିନ ପରେ ତାଙ୍କୁ ଡିସଚାର୍ଜ ମିଳିଛି | କିନ୍ତୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାଙ୍କୁ ଘରେ ବିଶ୍ରାମ ନେବା ଏବଂ ବାହାରକୁ ନ ଯିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *