Pratidin TV

Odisha's Digital News Platform

ଓଡିଶାରେ ବର୍ବର କାଣ୍ଡ : କୁଡିଆରେ ନିଆଁ ଲଗାଇ ଦମ୍ପତ୍ତିଙ୍କୁ ଜିଅନ୍ତା ଜାଲିଦେଲେ ଦୁର୍ବୁତ୍ତ

ବଲାଙ୍ଗିର : ଓଡିଶାର ବଲାଙ୍ଗିର ଜିଲ୍ଲାରେ ଘଟିଯାଇଛି ଏଭଳି ଏକ ହୃଦୟଥରା ଘଟଣା । ଦମ୍ପତ୍ତିଙ୍କୁ ଜିଅନ୍ତା ଜାଳିଦେବା ଉଦ୍ୟମରେ କୁଡିଆରେ ନିଆଁ ଲଗାଇଦେଇଥିଲେ ଦୁବୁର୍ତ୍ତ । ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଭରତ ଭଇଁଷାଲ ଏବଂ ତାଙ୍କ ପତ୍ନୀ କଳ୍ପନା ଭଇଁଷାଲ ଗତକାଲି ରାତିରେ ନିଜର କପାଚାଷ ଜଗିବା ପାଇଁ , ଚାଷଜମି ନିକଟରେ ଥିବା କୁଡିଆ ଭିତରେ ଶୋଇଥିଲେ । ରାତିଅଧରେ କେହି ଦୁର୍ବୁତ୍ତ ତାଙ୍କ କୁଡିଆେରେ ନିଆଁ ଲଗାଇ ଦେଇଥିଲା । ନିଆଁଟି ଜୋର ଧରିବା ସ୍ୱାମୀସ୍ତ୍ରୀ ଦୁହେଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରିଥିଲେ ମଧ୍ୟ କୁଡିଆ ଭିତରୁ ବାହାରି ପାରିନଥିଲେ ଦୁହେଁ । ଏହାପରେ ଦୁହେଁ ମିଶି ଚିତ୍କାର କରିଥିଲେ । କିଛି ଗ୍ରାମବାସୀ ଦୁହିଁଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚି ଦମ୍ପତ୍ତିଙ୍କୁ କୁଡିଆ ଭିତରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ନିଆଁ ପୁରା କୁଡିଆରେ ବ୍ୟାପିଯାଇଥିବାରୁ ଦୁହିଁଙ୍କୁ ତାଭିତରୁ କାଢିବା କାଠିଘର ପାଠ ପାଲଟିଯାଇଥିଲା ।

ବହୁ କଷ୍ଟକରି ଗ୍ରାମବାସୀ ସେଇ ନିଆଁ ଭିତରୁ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲେ ମଧ୍ୟ ଦୁର୍ବୁତ୍ତ ଜଣଙ୍କର କୌଣସି ଖବର ମିଳିପାରିନାହିଁ । ତେବେ କିଏ ଏବଂ କାହିଁକି ଭରତ ଏବଂ ତାଙ୍କ ସ୍ତ୍ରୀକୁ ଏପରି ନିର୍ମମ ଭାବେ ମାରିବାକୁ ଚେଷ୍ଟା କରୁଥିଲା ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ।

ଦମ୍ପତ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ପୋଲିସ ତାଙ୍କ ସୁସ୍ଥ ହେବାଯାଏ ଅପେକ୍ଷା କରିବ । ଏବଂ ତାଙ୍କ ଠାରୁ ବୟାନରେକର୍ଡ କଳା ପରେ ତଦନ୍ତଟିକୁ ଆଗକୁ ବଢାଇବ ବୋଲି କହିଛି ବଲାଙ୍ଗିର ପୋଲିସ ।

Leave a Reply

Your email address will not be published. Required fields are marked *