Pratidin TV

Odisha's Digital News Platform

ଆଜି ଭାରତ ବନ୍ଦ, ଜାଣନ୍ତୁ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ

1 min read

ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତିକୁ ବିରୋଧକରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ୨୧ ଅଗଷ୍ଟ ଅର୍ଥାତ ଆଜି ଭାରତ ବନ୍ଦ ଡାକରା ଦେଇଛି। ଏହାର ସମର୍ଥନରେ କିଛି ଦଳିତ ସଂଗଠନ ବାହାରିଛନ୍ତି । ଏହାଛଡ଼ା ସମାଜବାଦୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ କରିଛି । ପୋଲିସ୍‌କୁ ଏନେଇ ସତର୍କ କରାଯାଇଛି ।

ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି ତିନି ଦଳ । ବିଏସପି, ଜେଏମଏମ ଓ ଆରଜେଡି । ରିପୋର୍ଟ ଅନୁସାରେ ତିନି ରାଜ୍ୟ ରାଜସ୍ଥାନ, କେରଳ ଓ ଉତ୍ତର ପ୍ରଦେଶରେ ବନ୍ଦ ପ୍ରଭାବ ପଡିବ । ବନ୍ଦ ପ୍ରଭାବରେ କଣ ଖୋଲା ରହିବ କି କଣ ବନ୍ଦ ରହିବ ସେ ନେଇ କୌଣସି ଘୋଷଣା ହୋଇନାହିଁ । କିଛି କିଛି ସ୍ଥାନରେ ସାଧାରଣ ପରିବହନରେ ପ୍ରଭାବ ପଡିପାରେ । ଜରୁରୀ କାଳୀନ ସେବା ହସ୍ପିଟାଲ, ଆମ୍ବୁଲାନ୍ସ ଆଦି ଚାଲୁ ରହିବ । ବ୍ୟାଙ୍କ ବା ସରକାରୀ ଅଫିସ ବନ୍ଦ ନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ଶିକ୍ଷାନୁଷ୍ଠାନ ବି ଖୋଲା ରହିବ । ବନ୍ଦ ଡାକରା ଦେଇଥିବା ଦଳ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ ଦେବାକୁ ଅପିଲ୍‌ କରିଛନ୍ତି ।

Advertisement

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସୁପ୍ରିମକୋର୍ଟ ଏସ-ଏସଟି ଆରକ୍ଷଣରେ କ୍ରିମି ଲେୟର କରିବାକୁ ଅନୁମତି ଦେଇଥିଲେ । ଏହି ନିଷ୍ପତ୍ତି ରାଜ୍ୟମାନଙ୍କୁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି-ଏସଟି) ମଧ୍ୟରେ ଉପ-ବର୍ଗ ସୃଷ୍ଟି କରିବାକୁ ଅନୁମତି ଦେଇଛି, ଯାହା ବିବାଦ ସୃଷ୍ଟି କରିଛି। କୋର୍ଟ ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଓଡିଶାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିପାରେ । ସେଥିପାଇଁ ପ୍ରଶାସନ ସଜାଗ ରହିଛି ।

Leave a Reply

Your email address will not be published. Required fields are marked *