Pratidin TV

Odisha's Digital News Platform

ବଢ଼ିଲା ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ  ସହାୟତା ରାଶି ..

ବଢ଼ିଲା ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି  । ପ୍ରତି  ମିଲ୍‌ ପିଛା ୧ ଟଙ୍କା ସହାୟତା ରାଶି ବୃଦ୍ଧି ହେବ  ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି କହିଲେ ମନ୍ତ୍ରୀ। ତେବେ ଏହା ଦ୍ବାରା ପିଲାମାନେ ଉପକୃତ ହେବେ।  ଯାହାଦ୍ୱାରା ପିଲାମାନଙ୍କୁ ଉନ୍ନତମାନର ଖାଇବା ମିଳିବ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ମିଡ୍ ମେ ମିଲ୍ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ମିଡ୍ ଡେ ମିଲରେ କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ମୁତାବକ, ଦରଦାମ ବୃଦ୍ଧିକୁ ଦେଖି ମିଡ୍ ଡେ ମିଲ୍ ପିଛା ଦାମ ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *