Pratidin TV

Odisha's Digital News Platform

ପୁଣିଥରେ ଶୀର୍ଷରେ ଓଡ଼ିଆ ପୁଅ , ଶୁଭେଚ୍ଛା ଜଣାଇଲେ ମୋଦୀ ..

1 min read

ପୁଣିଥରେ ସାରା ବିଶ୍ୱରେ ଚମକିଲେ ଓଡ଼ିଆ ପୁଅ ।ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ  । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ତାଙ୍କୁ ଏ ପ୍ଲସ ରେଟିଂ ମିଳିଛି  । ଏନେଇ ଆରବିଆଇ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି ଯେ, ‘‘ଖୁସିର ସହ ଘୋଷଣା କରୁଛୁ ଯେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୪ରେ ‘ଏ+’ ମାନ୍ୟତା ଦିଆଯାଇଛି।’’ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା ଏବଂ ସୁଧ ହାର ପରିଚାଳନାରେ ସଫଳତା ପାଇଁ ‘ଏ’ରୁ ‘ଏଫ୍‌’ ପର୍ଯ୍ୟନ୍ତ ଗ୍ରେଡ୍‌ ଦିଆଯାଇଥାଏ। ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଗ୍ରେଡ୍ ‘ଏ’ ଦିଆଯାଉଥିବାବେଳେ ସଂପୂର୍ଣ୍ଣ ବିଫଳତା ପାଇଁ ‘ଏଫ୍‌’ ଦିଆଯାଏ।

କେନ୍ଦ୍ରୀୟ ବ୍ୟାଙ୍କର୍ ‘ଏ +’ ବର୍ଗରେ ଡେନମାର୍କର ଖ୍ରୀଷ୍ଟିଆନ କେଟଲ ଥୋମସେନ, ଭାରତର ଶକ୍ତିକାନ୍ତ ଦାସ ଏବଂ ସ୍ୱିଜରଲ୍ୟାଣ୍ଡର ଥୋମାସ ଜୋର୍ଡନ ସ୍ଥାନ ପାଇଛନ୍ତି। ଅପରପକ୍ଷେ, ଏହି ସଫଳତା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆରବିଆଇ ଗଭର୍ଣ୍ଣରଙ୍କ ନେତୃତ୍ଵକୁ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରଶଂସା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ‘‘ଏହି ସଫଳତା ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଅଭିନନ୍ଦନ, ଏବଂ ସେ ପୁଣି ଦ୍ୱିତୀୟ ଥର ପାଇଁ। ଏହା ଆରବିଆଇରେ ତାଙ୍କର ନେତୃତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ତାଙ୍କ କାର୍ଯ୍ୟକୁ ମିଳିଥିବା ମାନ୍ୟତା।’’ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ଅଟନ୍ତି  । ୧୯୮୦ ବ୍ୟାଚର ସେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅଟନ୍ତି  । ଶକ୍ତିକାନ୍ତଙ୍କ ନେତୃତ୍ବରେ ଆରବିଆଇ ଦେଢ ବର୍ଷ ଧରି ସୁଧ ଦର ସ୍ଥିର ରହିଛି  । ଏହା ସହ ମହଙ୍ଗା ନିୟନ୍ତ୍ରଣ କରିଛନ୍ତି ଆରବିଆଇ  ।

Advertisement

Leave a Reply

Your email address will not be published. Required fields are marked *