Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୦୦୦ କୋଟିର ଠକେଇ ଅଭିଯୋଗ ..

1 min read

ମୁଖ୍ୟମନ୍ତ୍ରୀଙ୍କ ନାମରେ ଆସିଲା ସଂଗୀନ ଅଭିଯୋଗ  । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ତାଙ୍କ ଭାଇଙ୍କ ବିରୋଧରେ ଇଡିରେ ଅଭିଯୋଗ କରିଛନ୍ତି ବିଆରଏସ ନେତା ତଥା ମୁଖପାତ୍ର Krishank Manne  । ବିଆରଏସ ନେତାଙ୍କ ଦାବି କରିଛନ୍ତି ଯେ ସ୍ୱଚ୍ଛ ବାୟୋ ଏବଂ ତେଲେଙ୍ଗାନା ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିରେ ଅନିୟମିତତା ରହିଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଚୁକ୍ତିନାମାକୁ ଅଗଷ୍ଟ 6 ରେ ଘୋଷଣା କରିଥିଲେ ଯେଉଁଥିରେ 1000 କୋଟି ଟଙ୍କା ବିନିଯୋଗ ସାମିଲ ଥିଲା ।

 ଇଡି ଅଧିକାରୀମାନେ ମଧ୍ୟ ତାଙ୍କ  ଅଭିଯୋଗ ଗ୍ରହଣ କରିଥିବା ସ୍ୱୀକାର କରିଛନ୍ତି। Krishank Manne ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏହା ଏକ ଚିନ୍ତାଜନ ବିଷୟ । ସ୍ୱଚ୍ଛ ବାୟୋ ନିର୍ଦ୍ଦେଶକ ଅନୁମୁଲା ଜଗଦେଶ୍ୱର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ଭାଇ, ଯାହା ଡିଲର ଅଖଣ୍ଡତା ଉପରେ ପ୍ରଶ୍ନ ଉଠାଉଛି । ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ମୁଖ୍ୟମନ୍ତ୍ରୀ ସରକାରୀ ଗସ୍ତର 15 ଦିନ ପୂର୍ବରୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *