Pratidin TV

Odisha's Digital News Platform

ଆସିଲା  ନାଗା -ଶୋଭିତାଙ୍କ   ବିବାହ ତାରିଖ …

1 min read

ଖୁବ ଶୀଘ୍ର ଜନ୍ମ ଜନ୍ମର ସାଥି ହେବାକୁ ଯାଉଛନ୍ତି ନାଗା -ଶୋଭିତା । ଏବେ ତାଙ୍କର ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସି ସାରିଛି  । ତେବେ ଦୁହିଁଙ୍କର ନିର୍ବନ୍ଧ ହୋଇସାରିଛି  ।  ଏବେ ପ୍ରଶଂସକମାନେ ତାଙ୍କ ଦୁହିଁଙ୍କ ବିବାହକୁ ବେଶ ଉତ୍ସାହରେ ସହିତ ଅପେକ୍ଷା କରିଛନ୍ତି। ତେବେ ସୂଚନାରୁ ପ୍ରକାଶଯେ   ନାଗା ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ ସ୍ଥାନ ସମ୍ପର୍କରେ ସୂଚନା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ନାଗା ଏବଂ ଶୋଭିତା ବର୍ଷ ଶେଷ ସୁଦ୍ଧା କିମ୍ବା ମାର୍ଚ୍ଚ ୨୦୨୫ରେ ବିବାହ କରିପାରନ୍ତି।

ଏହା ମଧ୍ୟ କୁହାଯାଉଛି ଯେ ନାଗା ଏବଂ ଶୋଭିତା ଓ୍ବେଡିଂ ଭେନ୍ୟୁ ପାଇଁ ମଧ୍ୟପ୍ରଦେଶ ତଥା ବିଦେଶରେ ସ୍ଥାନ ଖୋଜୁଛନ୍ତି। ଏଥିସହ ଓ୍ବେଡିଂ ଭେନ୍ୟୁ ଟପ୍‌ରେ ରାଜସ୍ଥାନ ଥିବା କୁହାଯାଉଛି। ତେବେ ଡେଟ୍‌ ଆଉ ଭେନ୍ୟୁକୁ ନେଇ ଏଯାଏ ଦୁହିଁଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। କହୁରଖୁଛୁ, ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ । ଏହାପୂର୍ବରୁ ସେ ଗୋଆରେ ଦକ୍ଷିଣ ତାରକା ସାମନ୍ଥା ରୁଥ୍‌ ପ୍ରଭୁଙ୍କୁ ବିବାହ କରିଥିଲେ। ଯାହା ପରେ ସେମାନଙ୍କ ଛାଡପତ୍ର ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *