Pratidin TV

Odisha's Digital News Platform

ସୈଫ ଅଲ୍ଲୀ ଖାନ ନୁହେଁ ରାହୁଲ ଗାନ୍ଧୀ ଥିଲେ କରୀନା ଙ୍କ ମନ ପସନ୍ଦର ପୁରୁଷ ..

1 min read

ରାହୁଲ ଗାନ୍ଧୀ ଙ୍କୁ ଜୀବନ ସାଥି କରିବା ପାଇଁ ଅନେକ ଝିଅ ଦେଖିଥିଲେ ସ୍ବପ୍ନ । ରାହୁଲ ଗାନ୍ଧୀ ହେଉଛନ୍ତି ବହୁ ଯୁବତୀଙ୍କ ପସନ୍ଦର ପୁରୁଷ ।  ତେବେ ସେହି ଝିଅ ମାନଙ୍କ ମଧ୍ୟରେ ରହିଛନ୍ତି ବଲିଉଡ ର ଡ଼ିଭା କରୀନା କପୁର। ରାହୁଲ ଙ୍କୁ ନିଜ ଜୀବନ ସାଥି କରିବାକୁ ସ୍ବପ୍ନ ଦେଖିଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ଖୋଲା ଖୋଲି ସେ ତାଙ୍କର ପସନ୍ଦର ପୁରୁଷ ବୋଲି ଘୋଷଣା କରିଥିଲେ। ହେଲେ ଏ ଘଟଣା ଖୁବ କମ ଲୋକ ଜାଣିଛନ୍ତି ।  

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ରାହୁଲ ଗାନ୍ଧୀଙ୍କୁ ଖୁବ୍‌ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଛନ୍ତି। ଏଥିରେ ସେ କହିଥିଲେ ରାହୁଲଙ୍କ ସହ ସେ ଡେଟ୍‌ରେ ଯିବାକୁ ଚାହାନ୍ତି। ଆଉ ତାଙ୍କୁ ଭଲ ଭାବରେ ଜାଣିବାକୁ ଚାହାନ୍ତି। ସେ ରାହୁଲଙ୍କ ବଡ଼ ପ୍ରଶଂସକ ଅଟନ୍ତି। କରୀନାଙ୍କ ଏହି ସାକ୍ଷାତାକାର ବହୁତ ପୁରୁଣା। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେ ଏହି ସାକ୍ଷାତାକର ଦେବା ସମୟରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ନ ଥିଲେ। ତେବେ ଏହି ସାକ୍ଷାତକାରରେ ସେ ରାହୁଲଙ୍କୁ ନିଜର ପସନ୍ଦର ପୁରୁଷ ବୋଲି କହିଥିଲେ।

Advertisement

Leave a Reply

Your email address will not be published. Required fields are marked *