Pratidin TV

Odisha's Digital News Platform

ନବୀନ ନିବାସରେ ହକି ବିଜେତା ,ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ନବୀନ..

1 min read

ନବୀନ ନିବାସରେ ହକି ବିଜେତା । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ଖେଳାଳୀମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌର କୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳି ମାନଙ୍କୁ ପରାମର୍ଶ ଦେଇଥିଲେ।ଆଗାମୀ ଅଲମ୍ପିକ୍ସରେ ଓଡିଶା ତଥା ଭାରତ ହକିରେ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଖେଳାଳୀମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଖେଳାଳୀ ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ।ସମ୍ବର୍ଦ୍ଧନାର ଉତ୍ତର ଦେଇ ଖେଳାଳିମାନେ କହିଥିଲେ ଯେ, ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶା ବାସୀଙ୍କ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ।

ଯେତେବେଳେ ହକି ପାଇଁ କେହି ପ୍ରୟୋଜକ ଆଗେଇ ଆସି ନ ଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ଥିଲେ ଏବଂ ଓଡିଶା ଭାରତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ୱ ନେଇଥିଲା। ଯାହାର ଫଳଶୃତି ସ୍ୱରୂପ ଆଜି ଅଲିମ୍ପିକ୍ସରେ ଭାରତୀୟ ହକି ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇ ପାରିଛି। ଓଡିଶା ବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳି ମାନେ ପ୍ରକାଶ କରିବା ସହ ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ଏହି ସାକ୍ଷାତକୁ ନବୀନ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସ ରେ ଶେୟାର କରିଛନ୍ତି। ନବୀନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିବା ପରେ ବିଜେତା ଭାରତୀୟ ହକି ଦଳକୁ ଭେଟି ବହୁତ ଖୁସି ମିଳିଛି। ହକି କେବଳ ଏକ ଖେଳ ନୁହେଁ। ଏହା ଓଡ଼ିଶାର ଏକ ଜୀବନଶୈଳୀ। ଏହି ସୁନ୍ଦର ଖେଳ ସହିତ ଆମେ ସବୁବେଳେ ଏକ ସ୍ବତନ୍ତ୍ର ବନ୍ଧନ ବାଣ୍ଟିଛୁ। ଦଳ ନିଜର ବିଜୟର ଗତି ଜାରି ରଖୁ ଏବଂ ଦେଶ ତଥା ରାଜ୍ୟ ପାଇଁ ଅଧିକ ଗୌରବ ଆଣୁ ବୋଲି ନବୀନ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *