Pratidin TV

Odisha's Digital News Platform

କ୍ରିକେଟ ପିଚ୍ ଛାଡି ଅଭିନେତା ସାଜିବେ ରାହୁଲ ଦ୍ରାବିଡ!

କ୍ରିକେଟର ରୁ ଅଭିନେତା ସାଜିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ। ଏନେଇ ସେ ମଧ୍ୟ ତାଙ୍କ ତରଫରୁ ଇସାରା ଦେଇସାରିଛନ୍ତି  । ଏକ ଆୱାର୍ଡ ପ୍ରୋଗ୍ରାମରେ ରାହୁଲ ଦ୍ରାବିଡ କହିଛନ୍ତି, ତାଙ୍କ ବାୟୋପିକ୍ ହେଲେ ସେ ନିଜେ ଅଭିନୟ କରିବେ। ଆୱାର୍ଡ ପ୍ରୋଗ୍ରାମର ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ରାହୁଲ ଦ୍ରାବିଡଙ୍କୁ କିଛି ପ୍ରଶ୍ନ ପଚରା ଯଇଥିଲା।

  ସେଥି ମଧ୍ୟରୁ ଯଦି ତାଙ୍କ ଉପରେ ବାୟୋପିକ୍ ତିଆରି ହୁଏ, ତେବେ କିଏ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତୁ ବୋଲି ସେ ଚାହିଁବେ? ରାହୁଲ ଦ୍ରାବିଡ ହସି ହସି ମଜାଳିଆ ଢଙ୍ଗରେ ଏହାର ଉତ୍ତର ଦେଇ କହିଥିଲେ, “ଯଦି ଯଥେଷ୍ଟ ଟଙ୍କା ମିଳେ, ତେବେ ମୁଁ ନିଜେ ଅଭିନୟ କରିବି ।” ପ୍ରକାଶ ଥାଉକି ନିକଟରେ ଯୁବରାଜ ସିଂହଙ୍କ ଉପରେ ବାୟୋପିକ୍ ପ୍ରସ୍ତୁତ ହେବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ ମହେନ୍ଦ୍ର ସିଂହ ଧୋନି ଏବଂ ଅନ୍ୟ ଖେଳାଳିଙ୍କ ଉପରେ ବାୟୋପିକ୍ ନିର୍ମାଣ କରାଯାଇଛି।

Leave a Reply

Your email address will not be published. Required fields are marked *