Pratidin TV

Odisha's Digital News Platform

ୟୁଟ୍ୟୁବ ଖୋଲି ବିଶ୍ୱ ରେକର୍ଡ କଲେ ରୋନାଲ୍ଡୋ ..

ପୁଣିଥରେ ରୋନାଲ୍ଡୋଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ। ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ  ଫୁଟବଲ ପଡ଼ିଆରେ ନୁହେଁ, ବରଂ ୟୁଟ୍ୟୁବରେ ରୋନାଲ୍ଡୋ ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ ।  ୨୪ ଘଣ୍ଟାରୁ କମ ସମୟ  ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେକ୍ରିଷ୍ଟିଆନୋ ରୋନାଲ୍ଡୋ ।  ହେଲେ  ୨୪ ଘଣ୍ଟା ନ ପୁରୁଣୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରି ଯାଇଛି।

ଏତେ କମ ସମୟରେ କୌଣସି ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରିବା ବିଶ୍ୱରେ ପ୍ରଥମ ଘଟଣା। ରୋନାଲ୍ଡୋ ବୁଧବାର ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ମାତ୍ର କିଛି ମିନିଟ ମଧ୍ୟରେ ସବସ୍କ୍ରାଇବରଙ୍କ ସଂଖ୍ୟା ୧ ମିଲିୟନ ଚୁଇଁଥିଲା। ଦେଖୁ ଦେଖୁ ୨୪ ଘଣ୍ଟା ନ ପୁରୁଣୁ ଏହା ୧୦ ମିଲିୟନ ହୋଇଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଏହା ୧୯.୩ ମିଲିୟନରେ ପହଞ୍ଚି ଯାଇଛି। ରିପୋର୍ଟ ଅନୁସାରେ, ରୋନାଲ୍ଡୋ ୟୁଟ୍ୟୁବ ସବସ୍କ୍ରାଇବ ମାମଲାରେ ହାମଷ୍ଟେର କୋମବାତଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ହାମଷ୍ଟେର ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ୭ ଦିନ ଭିତରେ ତାଙ୍କ ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ଛୁଇଁଥିଲା। ହେଲେ ରୋନାଲ୍ଡୋ ଦିନକ ଭିତରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Leave a Reply

Your email address will not be published. Required fields are marked *