Pratidin TV

Odisha's Digital News Platform

କ୍ଲାସ ଆସି ଶୋଇଗଲେ ସାର୍ , ପିଲା ଯେତେ ଡାକିଲେବି ପଢାଇବାକୁ ଉଠିଲେନି ….

ଢେଙ୍କାନାଳ ; ପିଲାଙ୍କୁ ପଢାଇବାକୁ କ୍ଲାସ ଆସିଲେ କିନ୍ତୁ ପାଠ ନପଢାଇ ସିଧା ଚେୟାର ଉପରେ ଶୋଇପଡିଲେ । ଆଉ ପିଲା ଯେତେ ଡାକିଲେବି ସାରଙ୍କ କୁମ୍ବକର୍ଣ୍ଣ ନିଦ୍ରା ଭାଙ୍ଗିଲା ନାହିଁ । ଆଜ୍ଞା ହଁ ଏକଥା ଆମେ କହୁନାହୁଁ ଯାହା ସ୍କୁଲ ପିଲା ଆଉ ସାରଙ୍କ ଭାଇରାଲ ଭିଡିଓ କହୁଛି । ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ମୁର୍ମୁ ଆଜି ଗୋଟିଏ ଖୋଲା ମଦ ଦୋକାନ କରିଦେଇଥିବା ଦେଖିବାକୁ ମିଳିଛି। ଏହା ପୁଣି ଅନ୍ୟ କେହି ନୁହଁ ଖୋଦ୍ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧରିଛନ୍ତି ତାଙ୍କୁ ଏଭଳି ନିଶାସକ୍ତ ଅବସ୍ଥାରେ ।

ଏଭଳି ଏକ ସମ୍ବେଦନ ଶିଳ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତରେ ଥିବା ନୂଆଟିପିଲେଇ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ମୁର୍ମୁ ଆଜି ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସିଥିବା ବେଳେ ନିଶାରେ ଚୂରର୍ମାର ହୋଇ ଶୋଇ ରହିଥିଲେ ଶ୍ରେଣୀ ଗୃହରେ । ସକାଳ ଯାଇ ଦିନ ଦୁଇବପ୍ରହର ହୋଇଯାଇଥିଲେ ମଧ୍ୟ ନିଦ୍ରାରୁ ଉଠିନଥିଲେ ରବୀନ୍ଦ୍ରନାଥ । ଏମିତିକି ଛାତ୍ରଛାତ୍ରୀ ମାନେ ମଧ୍ୟ ଯେତେ ଚେଷ୍ଟା କରିଥିଲେ ବି ନିଶାସକ୍ତ ଶିକ୍ଷକଙ୍କୁ ନିଦରୁ ଉଠେଇ ପାରିନଥିଲେ । ତେବେ ଏନେଇ ଛାତ୍ରଛାତ୍ରୀ ମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ବିଦ୍ୟାଳୟରେ ବାବୁଙ୍କର ହୋସ ଧିରେଧିରେ ଆସିବା ଆରମ୍ଭ ହୋଇଯାଇଥିଲା । କିନ୍ତୁ ପାଟିରୁ କଥା ଆଉ ବାହାରିନଥିଲା କିମ୍ବା ସିଧାରେ ଠିଆ ମଧ୍ୟ ହୋଇପାରୁନଥିଲେ ଏହି ନିଶାସକ୍ତ ପ୍ରଧାନ ଶିକ୍ଷକ ।

ସୂଚନାରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ଶିକ୍ଷକ ଜଣକ କିଛିବର୍ଷ ପୂର୍ବରୁ ବିଦ୍ୟାଳୟରେ ନିଶାସକ୍ତ ଅବସ୍ଥାରେ ଧରାପଡ଼ି କାର୍ଯ୍ୟରୁ ନିଲମ୍ବିତ ମଧ୍ୟ ହୋଇଥିଲେ ଏବଂ ପୁନର୍ବାର ନିଲମ୍ବନ ଦଣ୍ଡକୁ ଶିକ୍ଷାବିଭାଗର କୋହଳ କରାଇ ମାତ୍ର କିଛି ୭ (ସାତ) ମାସ ପୂର୍ବରୁ ଯୋଗଦାନ କରିଛନ୍ତି ଶିକ୍ଷକତାରେ । ହେଲେ ନିଜର ପ୍ରକୃତିକୁ ଭୁଲି ପାରିନାହାନ୍ତି ନିଶାଖୋର ଶିକ୍ଷକ ଜଣକ ।କେବଳ ଆଜି ନୁହଁ ଯୋଗଦାନ କରିବା ଦିନଠାରୁ ଏହିଭଳି ଭାବରେ ବାରମ୍ବାର ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସୁଥିବା କଥା ମଧ୍ୟ କହିଛନ୍ତି ଅଭିଭାବକ ମାନେ ।

Leave a Reply

Your email address will not be published. Required fields are marked *