Pratidin TV

Odisha's Digital News Platform

ସୁଭଦ୍ରା SOP ରେ ବାଜିଲା କ୍ୟାବେନେଟ୍ ମୋହର, ରାକ୍ଷୀ ପୂର୍ଣ୍ଣମାରେ ମିଳିବ ମହିଳାଙ୍କୁ ଟଙ୍କା …

1 min read

ସୁଭଦ୍ରା ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ । ଆଜି ସୁଭଦ୍ରାର ଏସଓପି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୧ ରୁ ୬୦ ବର୍ଷ ମହିଳାଙ୍କୁ ମିଳିବ ଏହି ସୁବିଧା । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ପ୍ରତିବର୍ଷ ୨ ଥର ମିଳିବ ଏହି ଟଙ୍କା । ବର୍ଷାକୁ ମୋଟ୍ ୧୦ ହଜାର ଦେବେ ସରକାର ।

ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରେ ମିଳିବ ୫ ହଜାର ଲେଖାଏଁ ଟଙ୍କା । ଏହା ମୋଟ୍ ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ । ଅର୍ଥାତ୍ ୫୦ ହଜାର ଟଙ୍କାଙ୍କୁ ଭାଗ କାରାଯାଇ ପ୍ରତି ୬ ମାସରେ ଦିଆଯିବ । ମହିଳାଙ୍କୁ ସୁଭଦ୍ରା ଡେବିଟ୍ କାର୍ଡ ଦିଆଯିବ । ରାଜ୍ୟରେ ୧କୋଟି ମହିଳା ହେବେ ଉପକୃତ । ଡିଜିଟାଲ କାରାବାର ପୋତ୍ସାହନ ପାଇଁ ମଧ୍ୟ ମିଳିବ ସୁବିଧା । ସେହିଭଳି ପ୍ରତିପଞ୍ଚାୟତରେ ୧୦୦ ହିତାଧିକାରୀଙ୍କୁ ବଛାଯିବ । ସେମାନଙ୍କୁ ଅତିରିକ୍ତ ୫୦୦ ଟଙ୍କା ପୋତ୍ସାହନ ରାଶି ଦିଆଯିବ ।

Advertisement

କେମିତି କରିବେ ଆବେଦନ ?

ଏଥିପାଇଁ କଲ୍ ସେଣ୍ଟର ଖୋଲ।ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରେ ମହିଳାମାନେ ଆବେଦନ କରିପାରିବେ ।

କେଉଁମାନେ ପାଇବେନି ସୁଭଦ୍ରା ଯୋଜନା ?
1.ଆର୍ଥିକ ସ୍ୱଚ୍ଛଳ ବର୍ଗର /ସରକାରୀ ଚାକିରୀ କରୁଥିବା ମହିଳା
2.ଆୟକର/ଟ୍ୟାକ୍ସ ପ୍ରଦାନ କରୁଥିବା ମହିଳା
3.ମାସିକ ୧୫ ଶହ ଏବଂ ବାର୍ଷୀକ ୧୮ ହଜାର ଟଙ୍କା କମାଉଥିବା ମହିଳା ଏହି ଯୋଜନାରୁ ବଞ୍ଚିତ ରହିବେ ।

Leave a Reply

Your email address will not be published. Required fields are marked *