Pratidin TV

Odisha's Digital News Platform

ଆଳିରେ ଆତଙ୍କ ଖେଳାଇଛି ଅଜଣା ରୋଗ ; ୯୦ ରୁ ଉର୍ଦ୍ଧ ଆକ୍ରାନ୍ତ , ବିତିଲାଣି ୨୦ ଦିନ ଜଣାପଡୁନି ରୋଗର କାରଣ …

1 min read

ଆଳି ;ଆଳି ବାସିଙ୍କୁ ଡରାଇଲାଣି ଅଜଣା ରୋଗ । ଦୀର୍ଘ ୨ ଦିନ ବିତିଯାଇଥିଲେ ମଧ୍ୟ ଜଣାପଡୁନି ରୋଗର କାରଣ । ଜ୍ୱର ସହ ବାନ୍ତି ହୋଇ ଦେହ ହାତ ଫୁଲିଯାଉଛି କିନ୍ତୁ ରେଉଁ କାରଣ ପାଇଁ ଏହା ହେଉଛି ତାହା ଜଣାପଡୁନାହିଁ । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଣିକ ପାଟଣା ପଂଚାୟତର ୧୩ନମ୍ବର ୱାର୍ଡରେ ୯୦ରୁ ଉର୍ଦ୍ଧ୍ବ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଏହାରି ଭିତରେ ୨୦ଦିନ ବିତିଯାଇଥିଲେ ମଧ୍ୟ ରୋଗର ପ୍ରକୃତ କାରଣ ଜଣାପଡିନାହିଁ ।ଏନେଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ଗାଁରେ ପହଁଚି ସଚେତନତା କାର୍ଯ୍ୟକ୍ରମ କରିବା ସହିତ ରୋଗୀମାନଙ୍କୁ ଚିକିତ୍ସିତ କରି ଔଷଧ ପ୍ରଦାନ କରିଛନ୍ତି। ଏଥି ସହିତ ଗାଁର ଅଳିଆ ଆବର୍ଜନା ସ୍ଥାନ ଗୁଡିକୁ ସଫାସୁତୁରା ରଖିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ ଏବଂ ମଶା ଅଣ୍ଡା ଦେଇଥିବା ସ୍ଥାନଗୁଡିକୁ ମଧ୍ୟ ନଷ୍ଟ କରିଥିଲେ।

Advertisement

କାହିଁକି ଲୋକମାନେ ଜ୍ଵରରେ ଆକ୍ରନ୍ତ ହେଉଛନ୍ତି ତାର ପ୍ରକୃତ କାରଣ କଣ ସେନେଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଟିମ ରୋଗୀଙ୍କ ରକ୍ତନମୁନା ଓପିଇବା ପାଣି ପରୀକ୍ଷା ପାଇଁ ନେଇଛନ୍ତି। ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ବୋଲି ଆଳି ଉଐଉ ର ମେଡ଼ିକାଲ ଅଫିସର କହିଛନ୍ତି।

Leave a Reply

Your email address will not be published. Required fields are marked *