Pratidin TV

Odisha's Digital News Platform

OTET ପରୀକ୍ଷାରେ ହୋଇଛି ଅନ୍ୟାୟ , ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ର ।

1 min read

କଟକ : ଗ୍ରେସ୍ ମାର୍କ ବୃଦ୍ଧିକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି OTET ପରୀକ୍ଷାର୍ଥୀ । BSE ଦ୍ୱାରା ଉଚିତ ବ୍ୟବସ୍ଥାପିତ ଭାବେ ପରୀକ୍ଷା ପରିଚାଳନା ନ ହୋଇଥିବାରୁ ୧୫ ରୁ ୨୦ ମାର୍କ ଗ୍ରେସ୍ ମାର୍କ ଦିଆଯାଉ ଯାହା ଦ୍ୱାରା ଆମକୁ ଉଚିତ ନ୍ୟାୟ ମିଳି ପାରିବ ବୋଲି ଦାବି କରିଛନ୍ତି OTET ପରୀକ୍ଷାର୍ଥୀ । ସୂଚନା ମୁତାବକ, ଗତ ୧୭/୦୮/୨୦୨୪ରେ ହୋଇଥିବା OTET ପରୀକ୍ଷାରେ ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପରୀକ୍ଷା ଚାଲିଥିବା ସମୟରେ ଓଡିଶାର ପ୍ରାୟ ସବୁ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ବିଦ୍ୟୁତ କାଟ୍ ର ସମସ୍ୟା ଦେଖିବାକୁ ମିଳିଥିଲା । ବିଦ୍ୟୁତ କାଟ୍ ହେବା ଦ୍ୱାରା ଓ ବାହାରେ ବର୍ଷା ହେଉଥିବା କାରଣରୁ ପରୀକ୍ଷା କକ୍ଷ ଭିତର ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଥିଲା । ଫଳରେ ପରୀକ୍ଷାର୍ଥୀ ମାନଙ୍କୁ ପ୍ରଶ୍ନପତ୍ର ଏବଂ OMR Sheet ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହେଉ ନଥିଲା । ଏଥିପାଇଁ ପରୀକ୍ଷାର୍ଥୀ ମାନେ ପ୍ରଶ୍ନପତ୍ର ପଢି ଉତ୍ତର ଠିକ ଭାବେ କରିବାକୁ ଅସମର୍ଥ ହୋଇଥିଲେ । ଏବଂ ଙଗଜ ଝଷରରଗ୍ଧରେ ମଧ୍ୟ ଭୁଲ ସ୍ଥାନରେ ଡ଼ାର୍କେନିଂ କରି ପକାଇଥିଲେ ।

Advertisement

ତେବେ ଏହି ବାବଦରେ ପରୀକ୍ଷା କକ୍ଷରେ ଥିବା Invigilator ଙ୍କୁ କିଛି ଅତିରିକ୍ତ ସମୟ ଦେବା ପାଇଁ ଅନୁରୋଧ କରିବା ପରେ ମଧ୍ୟ ସେମାନଙ୍କୁ ଆଉ କିଛି ସମୟ ପ୍ରଦାନ କରାଯାଇ ନଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଯାହାକୁ ନେଇ ଏବେ କ୍ଷୋଭ ପ୍ରକାଶ କରିଛନ୍ତି ଆଶାୟୀ ପରୀକ୍ଷାର୍ଥୀ ମାନେ । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏ ନେଇ ଅବଗତ କରିବେ ବୋଲି ଚେତାଇଛନ୍ତି ପରୀକ୍ଷାର୍ଥୀ ।

Leave a Reply

Your email address will not be published. Required fields are marked *