Pratidin TV

Odisha's Digital News Platform

ଶସ୍ତା ହୋଇଯିବ ସୁନା ! , ଓଡ଼ିଶାରେ ମିଳିଗଲା ସୁନା ଖଣିର ସନ୍ଧାନ ..

1 min read

ଓଡିଶା ରେ ମିଳିଗଲା ସୁନାଖଣିର ସନ୍ଧାନ । ଓଡ଼ିଶାରେ ଦୁଇଟି ସ୍ଥାନରେ ସୁନା ଖଣି ମିଳିଥିବାବେଳେ ଆଗକୁ ଆଉ ୧୦ଟି ସ୍ଥାନରେ ଖଣି ଥିବାର ଅନୁମାନ କରାଯାଉଛି ।  ଯେଉଁଥିପାଇଁ ଯେଉଁଥି ପାଇଁ ଅନୁସନ୍ଧାନ ଜାରି ରହିଛି । ତେବେ ଗୋଟିଏ ସୁନା ଖଣି ଥିବା ଖଣିଜ ବ୍ଲକକୁ ନିଲାମ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି ଏବଂ ଅମ୍ୟ ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇ ନାହିଁ । ଏନେଇ ଆଜି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି ।

 ବିଧାନସଭାରେ ମନ୍ତ୍ରୀ କହିଛନ୍ତି, ଦେବଗଡ଼ ଜିଲ୍ଲାର ଆଡ଼ାସ-ରାମପାଲ୍ଲୀ ଅଞ୍ଚଳରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ତିଆ ଦ୍ୱାରା ତମ୍ବାପଥର ପାଇଁ ଜି- ସ୍ତରରେ ଅନ୍ୱେଶଣ ବେଶେ ସୁନା ଖଣି ବିଷୟରେ ସୂଚନା ମିଳିଥିଲା । ଉକ୍ତ ସ୍ଥାନରେ ସୁନା ଥିବା ଜାଣିବା ପରେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଅଞ୍ଚଳରେ ୦.୯୦ ନିୟୁତ ସୁନା ଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ସୁନା ଖଣିଗୁଡ଼ିକ ଉତ୍ତୋଳନ କରି ଏକ ପ୍ରୋସେସିଂ ୟୁନିଟ୍ ଖୋଲିବା ପାଇଁ ବର୍ତ୍ତମାନ ସରକାରଙ୍କ କୌଣସି ଯୋଜନା ନାହିଁ ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *