Pratidin TV

Odisha's Digital News Platform

ଡିଜିସିଏ ଦେଲା ନିର୍ଦ୍ଦେଶ , ଏୟାର ଇଣ୍ତିଆ ଗଣିବ ଜରିମାନା..

1 min read

ଏୟାର ଇଣ୍ଡିଆ ଯୋଗ୍ୟତା ହାସଲ କରିନଥିବା କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରିଥିଲା  । ଯାହାପରେ  ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ତିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । ଏହାକୁ ନେଇ ୯୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛି  ।

ଡିଜିସିଏ କହିଛି ଯେ ଏୟାର ଇଣ୍ଡିଆ ଯୋଗ୍ୟତା ହାସଲ କରିନଥିବା କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରିଥିଲା । ଏଥି ସହିତ ଏୟାର ଇଣ୍ତିଆର ଅପରେସନ୍ ଡାଇରେକ୍ଟର ଏବଂ ଟ୍ରେନିଂ ଡାଇରେକ୍ଟରଙ୍କ ଉପରେ ମଧ୍ୟ ଫାଇନ୍ ଲଗାଯାଇଛି । ଉଭୟଙ୍କ ଉପରେ ୬ ଲକ୍ଷ ଏବଂ ୩ ଲକ୍ଷ ଟଙ୍କାର ଫାଇନ ପକାଯାଇଥିବା ନେଇ ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *