Pratidin TV

Odisha's Digital News Platform

ଶନିବାରେ ମା’କୁ ଟାଣିନେଲା ଶନିଦଶା , ଅଳ୍ପକେ ବଞ୍ଚିଗଲା ପୁଅ ।

ଖୋର୍ଦ୍ଧା ; ଘରୁ ଖୁସିରେ ଖୁସିରେ ବାହରିଥିଲେ ମା ପୁଅ । କିନ୍ତୁ କିଏ ଜାଣିଥିଲା ଏହି ଦେଖା ବୋଧେ ମା ପୁଅଙ୍କ ଶେଷ ଦେଖା । ଆଉ ୟା ପରଠୁ କେବେ ନିଜ ବାଇକ୍‌ରେ ମା କୁ ବସାଇପାରିବନି ପୁଅ ।

ସୂଚନା ଅନୁଯାୟୀ ଆଜି ଟାଙ୍ଗୀ ଖୋର୍ଦ୍ଧା ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ ଶନି ମନ୍ଦିର ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବାଇକ୍‌ରେ ଆସୁଥିବା ମା ପୁଅକୁ ଧକ୍କା ଦେଇଛି ଏକ କାର୍ । ଫଳରେ ଘଟଣା ସ୍ଥଳରେ ମା ମମତା ବଡ଼ଜେନା (୪୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଆଜି ସକାଳ ସମୟରେ ବାଇକ ରେ ମା ପୁଅ ମଳିପଡା ରୁ ବ୍ରହ୍ମପୁର ଯାଉଥିବା ବେଳେ ଶନି ମନ୍ଦିର ନିକଟରେ ବାଇକକୁ ଏକ ଦ୍ରୁତ ଗତିରେ ଯାଉଥିବା କାର ପଛ ପଟୁ ଧକ୍କା ଦେଇଥିଲାା ଫଳରେ ମା ପୁଅ ବାଇକ ରୁ ରାସ୍ତା ଉପରକୁ ଛିଟିକି ପଡ଼ିଥିଲୋ ଘଟଣା ସ୍ଥଳରେ ମା ମମତା ବଡ଼ଜେନା ଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣା ପଡିଛିା ଗୁରୁତର ପୁଅ ଙ୍କର ନାମ ମିଟୁ ବଡ଼ଜେନା ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଗୁରୁତ୍ତର ପୁଅ କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ରେ ଭର୍ତ୍ତି କରାଇବା ସହ ଘଟଣାର ତଦନ୍ତ କରୁଛି ।

ସେପଟେ ପୁଅ ମିଟୁ ବଡ଼ଜେନା ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଂ ତାଙ୍କୁ ଭୁବନେଶ୍ୱର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *