କୋଲକାତା ଲଜ୍ଜା , ଛଅ ଜଣଙ୍କର ଚାଲିଛି ପଲିଗ୍ରାଫ ଟେଷ୍ଟ..
1 min readକୋଲକାତା ଆରଜି ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ହୋଇଥିବା ବିଭତ୍ସ ଘଟଣା ଆଜି ସାରା ଦେଶକୁ ଦୋହଲାଇ ଦେଇଛି । ତେବେ ଏହି ଘଟଣାରେ ସାତ ଅଭିଯୁକ୍ତଙ୍କ ପଲିଗ୍ରାଫ ପରୀକ୍ଷା ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। କଲକାତା ସିଟି କୋର୍ଟଙ୍କ ଅନୁମତି ପରେ ଶନିବାର ସିବିଆଇ ପକ୍ଷରୁ ଦିଲ୍ଲୀରୁ ଆସିଥିବା ଫୋରେନସିକ୍ ବିଶେଷଜ୍ଞ ଦଳ ସହାୟତାରେ ପର୍ଯ୍ୟାୟକ୍ରମେ ଅଭିଯୁକ୍ତମାନଙ୍କର ପଲିଗ୍ରାଫ ପରୀକ୍ଷା ଆରମ୍ଭ ହୋଇଛି।
ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏର ପରୀକ୍ଷା ଜେଲରେ ହେଉଛି। ଏହା ବ୍ୟତୀତ ଅନ୍ୟତମ ଅଭିଯୁକ୍ତ ତଥା ଆର.ଜି. କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ, ୪ କନିଷ୍ଠ ଡାକ୍ତର ଏବଂ ଅନ୍ୟ ଜଣେ କେୟାର ଟେକରର ପଲିଗ୍ରାଫ ପରୀକ୍ଷା କରାଯାଉଛି। ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା ହୋଇଥିବାରୁ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିପାରେ।