Pratidin TV

Odisha's Digital News Platform

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ମାମଲା , କାହିକିଁ ତଥ୍ୟ ଲୁଚାଉଛି ଖଣ୍ଡଗିରି ପୋଲିସ ଓ ଫରେନ୍ସିକ୍ ଟିମ୍ ..

1 min read

ଭୁବନେଶ୍ୱର : ଧିରେ ଧିରେ ଫିଟୁଛି ନାଗଚାନ୍ଦ ଦମ୍ପତ୍ତିଙ୍କ ଗୁମର । ଆଜିକୁ ପ୍ରାୟ ୧ମାସ ଧରି ଇଡିର ଶତ ଚେଷ୍ଟା ପରେ ମୁହଁ ଖୋଲିନଥିବା ସ୍ୱାମୀ ସ୍ତ୍ରୀଙ୍କ ଗୁମର ଫିଟାଇଛି ସହେଯାଗୀ ଶ୍ରଦ୍ଧାଞ୍ଜଳି । ହନିଟ୍ରାପ କପୁଲଙ୍କ ନିରବାତାକୁ ଭାଙ୍ଗିବା ପାଇଁ ଶ୍ରଦ୍ଧାଞ୍ଜଳିକୁ ଅସ୍ତ୍ର ସଜାଇଛି ଇଡି । ଗତକାଲି ଇଡି ଅର୍ଚ୍ଚନା-ଜଗବନ୍ଧୁ –ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିଥିଲା । ଯାହା ପରେ ପ୍ରାୟ ୧୦ ଜଣ ବଡବଡୁଆଙ୍କ ନାଁ ଓଗାଳିଥିଲେ ଶ୍ରଦ୍ଧାଞ୍ଜଳି । କିନ୍ତୁ ଇଡିର ସତ ସହସ୍ର ଚେଷ୍ଟାରେ ପାଣି ଫେରି ଦେଉଛି ଖଣ୍ଡଗିରି ପୋଲିସ ।

ଏସବୁ ଭିତରେ କୋର୍ଟଙ୍କ ନିର୍ଦ୍ଦେଶ ସର୍ତ୍ତେ ଡିଜିଟାଲ ଏଭିଡିଏନ୍ସ ହସ୍ତାନ୍ତର ପାଇଁ ରାଜ୍ୟ ଫରେନ୍ସିକ ଲ୍ୟାବ୍ କୁଣ୍ଠତା ଦେଖାଇଛି । କିନ୍ତୁ କାହିଁକି । ନାଗ୍ ଦମ୍ପତ୍ତିଙ୍କ ସବୁ ତଥ୍ୟ ରଖି ମଧ୍ୟ କାହିଁକି ଇଡିକୁ ହସ୍ତାନ୍ତର କରୁନାହିଁ ? ତାକୁ ନେଇ ଛିଡା ହୋଇଛି ବଡ ପ୍ରଶ୍ନ ? ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଖଣ୍ଡଗିରି ପୋଲିସ କୋର୍ଟର କେବଳ ସିଜର ଲିଷ୍ଟ ହାଜର ଦାଖଲ କରିଥିଲା । ହେଲେ ତାଲିକାରେ ଥିବା ମୋବାଇଲ୍‌,ଲ୍ୟାପଟପ୍‌,ପେନ୍‌ଡ୍ରାଇଭ୍‌,ହାର୍ଡଡିସ୍କ ଆଦିକୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦାଖଲ ହୋଇନାହୀଂ । କିମ୍ବା ସେଥିରୁ କିଛି ତଥ୍ୟ ସର୍ମ୍ପକରେ ମଧ୍ୟ ସୁରାଗ ମିଳିପାରିନାହିଁ ।

Advertisement

ସେହିଭଳି ଇଡ଼ି ପକ୍ଷରୁ ଦୁଇ ଦୁଇ ଥର ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବ୍କୁ ଚିଠି ବି କରାଯାଇଛି। ତଥ୍ୟ ନମିଳିବାରୁ କାଲି ଏକ ଟିମ ବି ଯାଇଥିଲା, କିନ୍ତୁ ନିରାଶ ହୋଇଛି। ଏହାରି ଭିତରେ ବଡ଼କଷ୍ଟରେ ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ଦୁଇ ଦୁଇଟି ଡାଏରୀ ହାତେଇଛି ଇଡ଼ି। କୁହାଯାଉଛି, ଏଥିରେ ପ୍ରଭାବଶାଳୀଙ୍କ ନାଁ ଓ ଆର୍ଥିକ କାରବାର, ହନିଟ୍ରାପ୍ର ଗୁପ୍ତ ତଥ୍ୟ ଥାଇପାରେ। ଯାହାକୁ ନେଇ ବଡ଼ବଡ଼ିଆଙ୍କ ଛାତି ଏବେ ଧଡ଼ଧଡ଼।

Leave a Reply

Your email address will not be published. Required fields are marked *