ବନ୍ଦ ଜେଲରେ ବିଳାସ ଜୀବନ ବିତାଉଛି ପିଶାଚ ସଞ୍ଜୟ , ଖାଉଛି ରୁଟି ସହିତ ମଟନ..
1 min readବନ୍ଦ ଜେଲରେ ବିଳାସ ଜୀବନ ବିତାଉଛି ପିଶାଚ ସଞ୍ଜୟ । ଜେଲ ଭିତରେ ସଞ୍ଜୟର ଥାଟବାଟ ପୁରା ଅଲଗା । ପାଟିରେ ଆମିଷ ନ ବାଜିଲେ ସଞ୍ଜୟକୁ ଖାଇବା ରୁଚୁନି । । ରାତ୍ରିଭୋଜନରେ ଖାଉଛି ମଟନ । ପ୍ରେସିଡେନ୍ସି ଜେଲର ସେଲ୍ ନମ୍ବର ୨୧ରେ ବନ୍ଦ ସଞ୍ଜୟର ରାଜକୀୟ ଆତିଥ୍ୟ ଚାଲିଛି । କାଲି ରାତିରେ ଜେଲରେ ରୁଟି ଓ ମଟନ ଖାଇଛି ସଞ୍ଜୟ । ସୂଚନାନୁସାରେ, ସିବିଆଇ ଟିମ କୋଲକାତାର ପ୍ରେସିଡେନ୍ସି ଜେଲରେ ତାଙ୍କର ପଲିଗ୍ରାଫ ଟେଷ୍ଟ କରୁଛି। ସିସିଟିଭି ଫୁଟେଜରେ ସଞ୍ଜୟ ରୟ ହତ୍ୟାକାଣ୍ଡର ସକାଳ ୪ଟାରେ ଆର୍.ଜି କର ମେଡିକାଲ କଲେଜରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସଞ୍ଜୟ ରୟ ଏ ପର୍ଯ୍ୟନ୍ତ ସିବିଆଇ ପଚରାଉଚରାରେ କୌଣସି ବିଶେଷ ରହସ୍ୟ ପ୍ରକାଶ କରି ନାହାଁନ୍ତି। ଅଭିଯୁକ୍ତ ମାଆ କହିଛି ଜାଣିଶୁଣି ସଞ୍ଜୟ କୁ ଫସାଇ ଦିଆଯାଇଛି । ସେପଟେ ତାଙ୍କ ପଡୋଶୀ କହିଛନ୍ତି ଯେ ସଞ୍ଜୟର ଚାଲି ଚଳଣ ସବୁ ଅପରାଧୀଙ୍କ ଭଳି ।
ସବୁବେଳେ ମଦ୍ୟପାନ କରି ନିଶାସକ୍ତ ରହୁଥିଲା ସଞ୍ଜୟ । ପଡୋଶୀଙ୍କ କହିବା କଥା ଯେ ସେ ନିଶାସକ୍ତ ଅବସ୍ଥାରେ ଆଖପାଖ ମହିଳାଙ୍କୁ ଏଭଳି ଦେଖୁଥିଲା ଯେ ତାକୁ ଭୟ କରି ମହିଳା ମାନେ ଘରୁ ବାହାରୁ ନଥିଲେ । ସେ ବହୁତ ମଦ୍ୟପାନ କରୁଥିଲେ ଏବଂ ମଦ୍ୟପାନ କରିବା ପରେ ତାଙ୍କର ଆଚରଣ ଅତ୍ୟନ୍ତ ନିଷ୍ଠୁର ହୋଇଯାଉଥିଲା।ଆରଜି କର କଲେଜ ଭିତରେ ଘଟିଥିବା ଏହି ବିଭତ୍ସ ଘଟଣା ଆଜି ସାରା ଦେଶକୁ ଦୋହଲାଇ ଦେଇଛି । ଚାରିଆଡେ ଏହି ଘଟଣାକୁ ନିନ୍ଦା କରିବା ସହିତ ଦୃଢ଼ ପ୍ରତିବାଦ କରାଯାଇଛି ।